www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ

ଦେଶ ବିକାଶରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଗବେଷକ ଓ ଇଂଜିନିୟରଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ସର୍ବଭାରତୀୟସ୍ତରରେ ପାଳନ କରାଯାଉଛି। ୧୯୯୮ ମେ ୧୧ ତାରିଖରେ ରାଜସ୍ଥାନର ପୋଖରାନ୍‌ ଟେଷ୍ଟ ରେଞ୍ଜରେ ଭାରତୀୟ ସେନା ତିନୋଟି ପରମାଣୁ ସଫଳତାର ସହ ପରୀକ୍ଷଣ କରିଥିଲା। ଏହି ନିର୍ଦିଷ୍ଟ ଦିନ ଭାରତ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ନିଜର ସ୍ବତନ୍ତ୍ର ପରିଚୟ ବିଶ୍ବରେ ସୃଷ୍ଟି କରିପାରିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ୧୯୭୪ରେ ପରମାଣୁ ପରୀକ୍ଷା​ କରିଥିଲା, ଯାହାର ନାମ ଥିଲା ‘ସ୍ମାଇଲିଙ୍ଗ୍ ବୁଦ୍ଧ’। ଏହି ସଫଳତା ପରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ମେ ୧୧ ତାରିଖକୁ ‘ଜାତୀୟ ପ୍ରୁଯୁକ୍ତି ବିଦ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories