ଜାତୀୟ ଟିକସ ପୁରସ୍କାରରେ ଓଡ଼ିଶାକୁ ସ୍ବର୍ଣ୍ଣ

କଟକ: ୨୦୨୧ ମସିହା ପାଇଁ ଦ୍ୱିତୀୟ ଜାତୀୟ ଟିକସ ପୁରସ୍କାର ଅଧୀନରେ ଓଡିଶା ଦୁଇଟି ବର୍ଗରେ ସ୍ୱର୍ଣ୍ଣ ଜିତିଛି। ନୂଆଦିଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପୁରସ୍କାରକୁ ରାଜ୍ୟ ତରଫରୁ ସିଟି ଏବଂ ଜିଏସଟି ଆୟୁକ୍ତ ସୁଶୀଲ କୁମାର ଲୋହାନି ଗ୍ରହଣ କରିଥିଲେ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ, ୧୫ ତମ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ ଏବଂ ସାଂସଦ ସୁଶୀଲ ମୋଦୀ ଉତ୍ସବରେ ଉପସ୍ଥିତ ଥିଲେ। ଏକ ସଂସ୍କାରବାଦୀ ରାଜ୍ୟ ସରକାର ଭାବରେ ରାଜ୍ୟର କାର୍ଯ୍ୟଦକ୍ଷତାକୁ ଶିଳ୍ପ ଏବଂ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ମାଧ୍ୟମରେ ନାଗରିକ ସେବା, ବ୍ୟବସାୟ ତଥା ରାଜ୍ୟ ପ୍ରୋତ୍ସାହନ, ଉପଯୁକ୍ତ ଷ୍ଟାମ୍ପ ଡ୍ୟୁଟି ହାର, ବିଦ୍ୟୁତ୍ ସଂସ୍କାର ଏବଂ ପ୍ରୋତ୍ସାହନ ଭଳି ଅନେକ କାରଣ ଉପରେ ମୂଲ୍ୟାଙ୍କନ କରାଯାଇଥିଲା।

ସେହିଭଳି ରାଜ୍ୟ ଟିକସ ଆୟୁକ୍ତଙ୍କ କାର୍ଯ୍ୟଦକ୍ଷତାକୁ ବହୁ ଟିକସଦାତା କେନ୍ଦ୍ରିକ ସେବା ଆଧାରରେ ମୂଲ୍ୟାଙ୍କନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣିଜ୍ୟିକ ଟିକସ ଆୟୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.