www.samajalive.in
Sunday, December 7, 2025
23.1 C
Bhubaneswar

ନାଟୋ-ରୁଷ୍‌ ସେନା ମୁହାଁମୁହିଁ

କିବ୍‌(ୟୁକ୍ରେନ୍‌): ପୂର୍ବ ୟୁରୋପର କ୍ଷୁଦ୍ର ଦେଶ ୟୁକ୍ରେନ ଏବେ ରଣ କ୍ଷେତ୍ର ପାଲଟିବାକୁ ଯାଉଛି। ଦେଶର ସୀମା ନିକଟରେ ରୁଷ୍‌ ଏକ ଲକ୍ଷରୁ ଊର୍ଦ୍ଧ୍ବ ସୈନ୍ୟ ଠୁଳ କରିଛି। ଜବାବ୍‌ରେ ଆମେରିକା ନେତୃତ୍ବାଧୀନ ‘ନାଟୋ’ (ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଙ୍ଗଠନ) ସୈନ୍ୟ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଯୁଦ୍ଧ ଟାଳିବା ପାଇଁ ରୁଷ୍‌ କେତେକଗୁଡିଏ ସର୍ତ୍ତ ରଖିଛି। ‘ନାଟୋ’ରେ ୟୁକ୍ରେନ ଯୋଗ ଦେବାକୁ ରୁଷ୍‌ ବିରୋଧ କରି ଆସୁଛି।

ୟୁକ୍ରେନ୍‌ ସୀମା ପଶ୍ଚିମରେ ୟୁରୋପ ଓ ପୂର୍ବରେ ରୁଷ୍‌ ସହ ଲାଗିଛି। ଏହି ଦେଶ ପୂର୍ବରୁ ସୋଭିଏତ୍‌ ସଂଘ ଅନ୍ତର୍ଭୁକ୍ତ ଥିଲା। ତେଣୁ ରୁଷ୍‌ ଏହି ଦେଶର ଉତ୍ତମ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ତେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ପ୍ରରୋଚନାରେ ‘ନାଟୋ’ରେ ଯୋଗ ଦେବାକୁ ଚାହୁଁଛନ୍ତି। ୨୦୧୪ରେ ୟୁକ୍ରେନ୍‌ବାସୀ ରୁଷ୍‌କୁ ସମର୍ଥନ କରୁଥିବା ଦେଶର ରାଷ୍ଟ୍ରପତିକୁ ହଟାଇ ଦେଇଥିଲେ। ଏହାକୁ ବିରୋଧ କରି ରୁଷ୍‌ ଦକ୍ଷିଣ ୟୁକ୍ରେନ୍‌ର କ୍ରିମିଆ ଉପଦ୍ବୀପକୁ ଦଖଲକୁ ନେଇଥିଲା। ସେଠାରେ ରୁଷ୍‌କୁ ସମର୍ଥନ କରୁଥିବା ଏକ ସଙ୍ଗଠନକୁ ଶାସନ ଭାର ଦିଆଯାଇଥିଲା। ପରେ ଏହି ସଙ୍ଗଠନ ପୂର୍ବ ୟୁକ୍ରେନର ଏକ ବଡ଼ ଅଞ୍ଚଳକୁ ଅକ୍ତିଆର କରିଥିଲା। ଉକ୍ତ ସଙ୍ଗଠନକୁ ୟୁକ୍ରେନ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଏ ପର୍ଯ୍ୟନ୍ତ ୟୁକ୍ରେନ୍‌ ସେନା ଓ ରୁଷ୍‌ ସମର୍ଥିତ ଏହି ସଙ୍ଗଠନର ସଙ୍ଘର୍ଷରେ ଉଭୟ ପକ୍ଷର ପ୍ରାୟ ୧୬ ହଜାର ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏବେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ​‌େ​‌ଚତାବନୀ ଦେଇ କହିଛନ୍ତି, ଆମେରିକା ସମେତ ୟୁରୋପୀ ଦେଶ ସମୂହ ଯେପରି ୟୁକ୍ରେନ୍‌କୁ ଆଖିବୁଜା ସମର୍ଥନ ଦେଉଛନ୍ତି ଭବିଷ୍ୟତରେ ଏହା ଭୟଙ୍କର ରୂପ ଧାରଣ କରିବ। ୟୁକ୍ରେନ୍‌ ସୀମାରେ ରୁଷ୍‌ ଏକ ଲକ୍ଷରୁ ଊର୍ଦ୍ଧ୍ବ ସୈନ୍ୟ ଠୁଳ କରିବା ପରେ ‘ନାଟୋ’ ଓ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୁଷ୍‌ ଏଥିନେଇ ଜବାବ୍‌ ରଖିବାକୁ ଦାବି କରିଛନ୍ତି। ରୁଷ୍‌ ଉପ ବିଦେଶ ମନ୍ତ୍ରୀ ସର୍ଗଇ ରୟାବକୋବ ସାମ୍ପ୍ରତିକ ପରିସ୍ଥିତିକୁ ୧୯୬୨ର କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ସହ ତୁଳନା କରିଛନ୍ତି। ସେତେବେଳେ ଆମେରିକା ଓ ରୁଷ୍‌​‌ ପରମାଣୁ ଯୁଦ୍ଧର ନିକଟତର ହୋଇଥିଲେ।

- Advertisement -

ୟୁକେନ୍‌ ଉପରେ ରୁଷ୍‌ର ଆକ୍ରମଣ ନେଇ ୟୁରୋପୀୟ ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛି। ୟୁକେନ୍‌ ‘ନାଟୋ’ ସଦସ୍ୟତା ଗ୍ରହଣ ନକରୁ ବୋଲି ରୁଷ୍‌ ଚାହୁଁଥିବା ସର୍ଗଇ କହିଛନ୍ତି। ‘ନାଟୋ’ ଦେଶଗୁଡ଼ିକ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇ ଦେବା ଜାରି ରଖିଛନ୍ତି। ୟୁକ୍ରେନ୍‌ ଆମେରିକାର ହାତବାରିସି ସାଜିଛି। ଆମେରିକା ପାଇଁ ହିଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷ୍‌ ପଛକୁ ହଟିବ ନାହିଁ କି ହାତଗୋଡ଼ ବାନ୍ଧି ବସିବ ନାହିଁ ବୋଲି ପୁଟିନ୍‌ ଚେତାବନୀ ଦେଇ କହିଛନ୍ତି। ବାସ୍ତବରେ ରୁଷ​‌୍‌ ଚାହୁଁଛି, ୧୯୯୭ରେ ‘ନାଟୋ’ ସେନା ଯେଉଁଠି ମୁତୟନ ହୋଇଥିଲା ସେହିଠାକୁ ଫେରିଯାଉ। ପୂର୍ବ ୟୁରୋପରେ ‘ନାଟୋ’ ନିଜ ସେନାକୁ ଆଉ ବିସ୍ତାରିତ ନକରୁ। ପୋଲାଣ୍ଡ, ଏଷ୍ଟୋନିଆ ଓ ଲାଟଭିଆ ଦେଶରୁ ‘ନାଟୋ’ ସେନା ପ୍ରତ୍ୟାହାର ଓ ରୋମାନିଆରେ ମୁତୟନ କରାଯାଇ ଥିବା କ୍ଷେପଣାସ୍ତ୍ର ଅପସାରଣ ପାଇଁ ରୁଷ୍‌ ସର୍ତ୍ତ ରଖିଛି। ଯୁଦ୍ଧ ଆଶଙ୍କାରେ ଆମେରିକା ରୁଷ୍‌ ସହ କଥା ହେବାକୁ ପ୍ରସ୍ତାବ ଦେଇଛି। ୟୁରୋପରେ ଆମେରିକାର ପତିଆରା ହ୍ରାସ କରିବାକୁ ରୁଷ୍‌ ଚାହୁଁଛି। ଏଣୁ ରୁଷ୍‌ର ପ୍ରସ୍ତାବକୁ ଆମେରିକା ଓ ‘ନାଟୋ’ ସେନା ମାନି ନପାରନ୍ତି। ଏପଟେ ରୁଷ୍‌-ଆମେରିକା ପରି ଶକ୍ତିଶାଳୀ ଦେଶର ଚକ୍ରବ୍ୟୂହରେ ୟୁକ୍ରେନ ନିଜ ସ୍ଥିତି ଖୋଜୁଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories