www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରସିଦ୍ଧ ନିର୍ଦେଶକଙ୍କ ଆତ୍ମହତ୍ୟା

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ(୫୮) ‘କରଜାତର ଏନଡି ଷ୍ଟୁଡିଓ’ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଏନଡି ଷ୍ଟୁଡିଓ କର୍ମଚାରୀମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଏ ବିଷୟରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅନେକ ବଡ ଇଭେଣ୍ଟ ପାଇଁ ଗ୍ରାଣ୍ଡ୍ ସେଟ୍ ତିଆରି କରିବା ପାଇଁ ସେ ଜଣେ କଳା ନିର୍ଦେଶକ ଭାବରେ ସୁନାମ ଅର୍ଜନ କରିଥିଲେ। ୨୦୦୫ ମସିହାରେ ସେ ଏନ୍‌ଡ଼ି ଷ୍ଟୁଡ଼ିଓ ପ୍ରତିଷ୍ଠା କରିଥିଲେ। ୧୯୮୭ ମସିହାରୁ ସେ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ। ‘୧୯୪୨ ଏକ ଲଭ୍ ଷ୍ଟୋରୀ’ରେ ନିର୍ଦେଶନା ଦେଇଥିଲେ। ଏହା ପରେ ସେ ‘ହମ ଦିଲ ଦେ ଚୁକେ ସନମ’, ‘ଦେବଦାସ’, ‘ଲଗାନ’, ‘ଯୋଦ୍ଧା ଆକବର’, ‘ପ୍ରେମ ରତନ ଧନ ପାୟୋ’ ଭଳି ସିନେମାର କଳା ନିର୍ଦେଶନା କରିଥିଲେ। ମରାଠୀ ଫିଲ୍ମ ‘ହେଲୋ ଜୟ ହିନ୍ଦ’ରେ ବି ନିର୍ଦେଶନା ଦେଇଛନ୍ତି। ଆଶୁତୋଷ ଗୋୱାରିକର, ବିଦୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ଭଳି ନିର୍ଦେଶକଙ୍କ ସହ କାମ କରିଛନ୍ତି ନିତିନ୍‌। ଶ୍ରେଷ୍ଠ କଳା ନିର୍ଦେଶନା ପାଇଁ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories