ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ

‘ଶିଳ୍ପନୀତିରେ ବର୍ଜବସ୍ତୁ ପୁନରୁଦ୍ଧାର ଏବଂ ପୁନଃବ୍ୟବହାର ପାଇଁ ଅନେକ ପ୍ରୋତ୍ସାହନ ଦିଆଯାଇଛି’

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆନୁକୁଲ୍ୟରେ ସର୍କୁଲାର ଇକୋନୋମି ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ, ସ୍ଥିରତା ଏବଂ ନେଟ୍‌ର ଶୂନ ହାସଲ କରିବା ସମ୍ପର୍କରେ ଏହି ସମ୍ମିଳନୀ ରେ ଆଲୋଚନା କରାଯାଇଥିଲା। ଆଇସିସି ଚେୟାରମ୍ୟାନ ଜେବି ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଷ୍ଟିଲ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମେମ୍ବର ସେକ୍ରେଟାରୀ ଡ.କେ. ମୁରୁଗେସନ, ସ୍ୱତନ୍ତ୍ର ଅତିଥି ଭାବେ ଇପିକଲର କାର୍ଯ୍ୟକାରୀ ନିର୍ଦ୍ଦେଶକ କଲ୍ୟାଣ ଚରଣ ମହାନ୍ତି ଓ ଆଞ୍ଚଳିକ ମୁଖ୍ୟ ଓଡ଼ିଶା କାଉନସିଲ ଆଇସିସି ଜେପି ପାଲ ପ୍ରମୁଖ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ପରିବେଶର ସୁରକ୍ଷା ଆମ ଉପରେ ନିର୍ଭରକରେ। ପରିବେଶ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଖଣିଜ ଫ୍ରେମ ପାଇଁ ପଦକ୍ଷେପ ନିଆଯାଇଛି। ନୂତନ ଖଣିଜ ନୀତି ୨୦୧୯ ରୂପରେ ନୀତି ଯାହା ଏହାକୁ ପ୍ରେତ୍ସାହିତ କରେ। ବନୀକରଣ ଉପରେ ଗୁରୁତ୍ୱ, ଗଛ ଅପସାରଣ ଏବଂ ପୁନଃପ୍ରତିରୋପଣ ଏକ ଦୀର୍ଘକାଳୀନ ଜୀବନକୁ ସଜୀବ କରିପାରେ। ଇକୋସିଷ୍ଟମ ମରାମତି ଏବଂ ପରିବେଶକୁ ବର୍ଷ ବର୍ଷ ଧରି ବଜାୟ ରଖିବାକୁ ସାହାଯ୍ୟ କରିଥାଏ। ତତ୍‌ସହିତ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରକୁ ଆମ୍ଭେମାନେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବା ଆବଶ୍ୟକ। ସ୍ଥାୟୀ ବିକାଶ ହାସଲ କରିବା ସହ ସରକୁଲାର ଇକୋନୋମୀ ନୀତି ହେଉଛି ଚାବି କାଠି। ଓଡ଼ିଶା ଏକ ଖଣି ଏବଂ ଖଣିଜ ଭିତ୍ତିକ ଅର୍ଥନୀତିର ନୀତିକୁ ବ୍ୟବହାର କରିବାକୁ ଯଥେଷ୍ଟ ସମ୍ଭାବନା ଅଛି।

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର ଖୋଲିବାକୁ ରାଜ୍ୟ ବର୍ତ୍ତମାନ ପଦକ୍ଷେପ ନେଇଛି। ଶିଳ୍ପନୀତିରେ ବର୍ଜବସ୍ତୁ ପୁନରୁଦ୍ଧାର ଏବଂ ପୁନଃବ୍ୟବହାର ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି ବୋଲି କେ. ମୁରୁଗେସନ କହିଥିଲେ। ସେହିପରି ପଙ୍କଜ ସତିଜା କହିଥିଲେ ଯେ ଆମ୍ଭେ ସମସ୍ତେ ବଞ୍ଚୁଛୁ ମାତୃପୃଥିବୀର କୋଳରେ ଏବଂ ପରିବେଶର ଯତ୍ନ ନେବା ଜଣେ ବ୍ୟକ୍ତି ତଥା ସମାଜ ଭାବରେ ଆମର ଦାୟିତ୍ୱ ଅଟେ। ଏହାର ରକ୍ଷା କରିବା ଆମର କର୍ତ୍ତବ୍ୟ। ୨୦୫୦ ସୁଦ୍ଧା ଶୂନ୍ୟ ବର୍ଜ୍ୟବସ୍ତୁକୁ ଲକ୍ଷ୍ୟ ରଖିଥିବା ନେଦରଲ୍ୟାଣ୍ଡର ଉଦାହରଣକୁ ଦର୍ଶାଇ ସତିଜା କହିଛନ୍ତି ଓଡ଼ିଶା ସରକାର ଯାହା ଲକ୍ଷ୍ୟ ନିଅନ୍ତି ତାହା ହାସଲ କରିବାକୁ ସମର୍ଥ ହୁଅନ୍ତି। ବୃତ୍ତାକାର ଅର୍ଥନୀତି ହେବାପରେ ଏହା ବିଗ୍ ଡାଟା, ଡ଼ିଜିଟାଲ ଟେକ୍ନୋଲୋଜି ଆଣ୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଳକ ଚେନ ଏବଂ ଇଣ୍ଟରନେଟ ପୁଞ୍ଜି କରିବାର ସମ୍ଭାବନା ରହିଛି। ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ନଜର ରଖିବା ପାଇଁ ଡ୍ରୋନ ଏବଂ ଲ୍ୟାଣ୍ଡଫେଲ, ସ୍ୱୟଂଚାଳିତ ବର୍ଜ୍ୟବସ୍ତୁ କାର୍ୟ୍ୟକାରୀ ହୋଇଛି । ବର୍ଜ୍ୟବସ୍ତୁ ଓ ପ୍ଳାଷ୍ଟିକ୍ ପୁନଃ ବ୍ୟବହାର କରିବାକୁ ଚେଷ୍ଟା ଜାରି ରହିଛି ବୋଲି ଜେ.ବି. ପାଣି ମତପ୍ରକାଶ କରିଥିଲେ।

prayash

ଦ୍ୱିତୀୟ ଅଧିବେଶନରେ ସ୍ୱତନ୍ତ୍ର ବକ୍ତା ଭାବେ ଇଭୋସ୍ ବିଲ୍ଡକନ୍‌ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ରାଇକେଳା ଆଇରନ ଓର ମାଇନ୍ସର ମ୍ୟାନେଜିଂ ପାର୍ଟନର ଶ୍ରୀନିବାସ ସହ ମୁଖ୍ୟବକ୍ତା ଭାବେ ନାଭା ଭାରତ ଭେଞ୍ଚର ଲିମିଟେଡ଼ର ଅବସରପ୍ରାପ୍ତ ଭାଇସ୍ ପ୍ରେସିଡ଼େଣ୍ଟ କେମାଡୋର ବି. ପ୍ରକାଶ, ମିନେରାଲ ମେଟାଲ କମିଟିର ଆବାହକ ପଙ୍କଜ୍ ସତିଜା, ଆପୋଲୋ ହସ୍‌ପିଟାଲର ସିଓଓ ତଥା ମେଡ଼ିକାଲ ସର୍ଭିସ ନିର୍ଦ୍ଦେଶକ ଡ. ଆଲୋକ ଶ୍ରୀବାସ୍ତବ, ଶ୍ରୀ ସିମେଣ୍ଟର ସହକାରୀ ଭାଇସ୍ ପ୍ରେସିଡେଣ୍ଟ ଅର୍ପିତ କୁମାର ଦିକ୍ଷୀତ, ରୁନୟା ଗ୍ରୁପର ସିଓଓ ରେମଶ ଦେସପାଣ୍ଡେ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଗଞ୍ଜାମର ଅଜୟ ଗୁପ୍ତା ଯୋଗଦେଇ ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ପରିଚାଳନା ସମସ୍ୟା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଦକ୍ଷ ଜ୍ଞାନକୌଶଳର ସମାଧାନ ଉପରେ ଆଲୋଚନା କରିଥିଲେ।

ସେହିପରି ଶିଳ୍ପର ବିଭିନ୍ନ ପବ୍ଳିକ ପଦକ୍ଷେପ ଏବଂ ସଫଳତାର କାହାଣୀ ମଧ୍ୟ ଉପସ୍ଥାପିତ ହୋଇଥିଲା। ତୃତୀୟ ଅଧିବେଶନରେ ଅତିଥି ଭାବେ ବୈଜ୍ଞାନିକ ଡ.ଏସ୍‌. ଶତପଥି, ସମ୍ବଲପୁର ୟୁନିଭର୍ସିଟିର ଇକୋଟକ୍‌ସିକୋଲୋଜି ଅଧିକାରୀ ପ୍ରଫେସର ସଞ୍ଜତ କୁମାର ସାହୁ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଲୋକପାତ କରିଥିଲେ। ଏହାପରେ ବିଭିନ୍ନ ଇଣ୍ଡଷ୍ଟ୍ରିଜ୍‌ର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅନ୍ୟ ଏକ ଅଧିବେଶନ କରାଯାଇଥିଲା। ଅର୍ଥନୀତିର ବିକାଶର ପର୍ୟ୍ୟାୟରେ ମାନବଜାତି ଅନେକ ପରିବେଶ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଜମି ଅବନତି, ଉତ୍ସ ସମ୍ଭାବ୍ୟତାର ଅବନତି, ବର୍ଜ୍ୟବସ୍ତୁର ବୃଦ୍ଧି ବର୍ତ୍ତମାନ ବିଶ୍ୱବ୍ୟାପି ପାଇଁ ଆହ୍ୱାନ।

ପରବର୍ତ୍ତି ପିଢି ବର୍ଜ୍ୟବସ୍ତୁ ପରିଚାଳନା ଏଜେଣ୍ଡା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଜ୍ୟବସ୍ତୁ ଏକ ଅଂଶ ହେବା ଜରୁରୀ। ପ୍ରକୃତିର ଚକ୍ର, ସେଗୁଡ଼ିକୁ ନିଷ୍କାସନ ଏବଂ ବ୍ୟବହାର କରାଯିବା ଉଚିତ୍ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ। ଏହି ଅଧିବେଶନକୁ ଆଇସିସି ଇଏସ୍‌ଏଚ୍ କମିଟିର ଆବାହକ ଡ଼.ଏନ୍‌.ଆର. ସାହୁ ଅଧ୍ୟକ୍ଷତା କରିଥିଲେ।

kalyan agarbati

Comments are closed.