ତ୍ରିପୁରା ବିଧାନସଭାରେ ପ୍ରଥମଥର ପାଇଁ ଜାତୀୟ ସଙ୍ଗୀତ ଗାନ
ଅଗରତାଲା: ତ୍ରିପୁରା ବିଧାନସଭାରେ ପ୍ରଥମଥର ପାଇଁ ଜାତୀୟସଙ୍ଗୀତ ଗାନ କରାଯାଇଛି। ଶୁକ୍ରବାର ବିଧାନସଭାରେ ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟ ସମବେତ ହୋଇଥିଲେ। ନୂଆ ବାଚସ୍ପତିଙ୍କୁ ନିର୍ବାଚିତ କରିବା ଲାଗି କାମଚଳା ବାଚସ୍ପତି ରତନ ଚକ୍ରବର୍ତ୍ତୀ ପହଞ୍ଚିଥିଲେ। ପରେ ଗୃହରେ ଜାତୀୟ ସଙ୍ଗୀତ ଗାନ ହେବା ସମୟରେ ସମସ୍ତ ସଦସ୍ୟ, ମନ୍ତ୍ରୀ, ସରକାରୀ ଅଧିକାରୀ ଓ ସାମ୍ବାଦିକମାନେ ଠିଆ ହୋଇ ସମ୍ମାନ ଜଣାଇଥିଲେ। ଜାତୀୟ ସଙ୍ଗୀତ ପ୍ରତିଦିନ ଗୃହ ଗାନ କରାଯିବା ନେଇ ଚେଷ୍ଟା କରାଯିବ ବୋଲି ବିଧାନସଭା ସଚିବ ବାମଦେବ ମଜୁମଦାର କହିଛନ୍ତି।