mission shakti banner

ରବିବାର ରାଶିଫଳ

BSKY banner  750×100
0

ମେଷ: ସନ୍ଦେହ ଦୂର ହେବା ସହିତ ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।
ବୃଷ: ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବିଦ୍ୟାର୍ଥୀ ଉଦାର ବିଦ୍ୟାପ୍ରେମୀ ହେବେ।
ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି। ଉତ୍ତମ ଭୋଜନ ମିଳିପାରେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ଶରୀର ସୁସ୍ଥ ରହିବ। ମୋକଦ୍ଦମାର ରାୟ ସପକ୍ଷରେ ଯିବ। ବିଦ୍ୟାର୍ଥୀ ଆନନ୍ଦିତ ହେବେ।
କର୍କଟ: ନୂତନ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ସ୍ନେହ ବୋଳା ବାକ୍ୟ ବିନିମୟ କରିବେ। ଏକାନ୍ତ ପ୍ରିୟ ହୋଇପାରନ୍ତି। ସାହସୀ ହେବେ। ବିଦ୍ୟାର୍ଥୀଙ୍କର ଜ୍ଞାନ ଗରିମା ବଜାୟ ରହିବ।
ସିଂହ: ସମସ୍ତ ବିଘ୍ନକୁ ଏଡ଼ାଇ କର୍ମ ପଥରେ ଅଗ୍ରସର ହେବେ। ଶରୀର ସୁସ୍ଥ ରହିବ। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କନ୍ୟା: ଧନ ସଞ୍ଚୟ ପାଇଁ ମନ ବଳାଇବେ। ଶ୍ରମ ସାର୍ଥକ ହେବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ରାଜକୋଷ ଅର୍ଥ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀ ସଞ୍ଚୟାଭିମୁଖୀ ହେବେ।
ତୁଳା: ପରୋପକାରୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ଓ ପ୍ରବାସ ପ୍ରିୟ ହେବେ। ବିଦ୍ୟାର୍ଥୀ ଜ୍ଞାନୀ ହେବେ।
ବିଛା: ଆଳସ୍ୟ ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୋଡ଼ି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି।
ଧନୁ: ଆତ୍ମ ଯୋଗୀ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ବିଦ୍ୟାର୍ଥୀ ସଫଳ ହେବେ।
ମକର: ନିତ୍ୟ କର୍ମରେ ବ୍ୟାଘାତ ଜନ୍ମିପାରେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ବଦଖର୍ଚ୍ଚୀ ହେବେ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ଶରୀର ସୁସ୍ଥ ରହିବ। ଶତ୍ରୁ ହନ୍ତା ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।
କୁମ୍ଭ: ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଦାନ ଧର୍ମରେ ଦୀକ୍ଷିତ ହେବେ। ପରର ଦୁଃଖ କଷ୍ଟ ଦୂର କରି ପାରନ୍ତି। ବିଦ୍ୟାର୍ଥୀ ସୁଖୀ ହେବେ।
ମୀନ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ବିଦ୍ୟାର୍ଥୀ ସୁମନଯୋଗୀ ହେବେ।

 

Leave A Reply