www.samajalive.in
Tuesday, December 9, 2025
26.1 C
Bhubaneswar

ବିକ୍ରମକୁ ‘ହେଲୋ’ ମେସେଜ ପଠାଇଲା ନାସା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହିତ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଜାରି ରଖିଛି। କିନ୍ତୁ ସେଥିରେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇପାରି ନାହିଁ। ବିକ୍ରମର ଜୀବନକାଳ ୧୪ ଦିନ ହୋଇଥିବାବେଳେ ହାତରେ ଆଉ ମାତ୍ର ୯ଦିନ ସମୟ ରହିଛି। ସମୟ ଯେ​‌ତେ ସରିଆସୁଛି, ବିକ୍ରମ ସହିତ ଯୋଗାଯୋଗ ଆଶା ସେତିକି କମି କମି ଯାଉଛି। ତେବେ ଏହା ମଧ୍ୟରେ ବିଶ୍ଵର ସବୁଠାରୁ ବଡ଼ ମହାକାଶ ସଂସ୍ଥା ନାସା ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିବା ବିକ୍ରମ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ନାସା ପକ୍ଷରୁ ବିକ୍ରମକୁ ‘ହେଲୋ’ ମେସେଜ ପଠାଯାଇଛି। ନାସାର ଗଭୀର ମହାକାଶ ଗ୍ରାଉଣ୍ଡ ଷ୍ଟେଶନ ନେଟୱର୍କ ଜରିଆରେ ନାସାର ଜେଟ୍‌ ପ୍ରୋପଲଶନ ଲାବୋରେଟୋରୀ(ଜେପିଏଲ) ବିକ୍ରମ ସହିତ ସମ୍ପର୍କ କରିବା ଲାଗି ଏହି ରେଡିଓ ଫ୍ରିକ୍ୟୁଏନ୍ସି ପଠାଇଛି। ଜଣେ ମହାକାଶଚାରୀ ସ୍କଟ୍‌ ଟିଲ୍ଲେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୦୫ରେ ଟିଲ୍ଲେ ଚର୍ଚ୍ଚାକୁ ଆସିଥିଲେ। ମହାକାଶରେ ନିଖୋଜ ହୋଇଯାଇଥିବା ନାସାର ଏକ ଗୁପ୍ତଚର ଉପଗ୍ରହକୁ ସେ ଠାବ କରିବାରେ ସକ୍ଷମ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ଇସ୍ରୋ କହିଥିଲା ଯେ, ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ନୁହେଁ, ବରଂ ୩୩୫ ମିଟର ଦୂରରେ ଥିବାବେଳେ ବିକ୍ରମ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ଇସ୍ରୋର ମିଶନ ଅପରେଶନ କଂପ୍ଲେକ୍ସରୁ ଜାରି ହୋଇଥିବା ଫଟୋରୁ ଏ ସମ୍ପର୍କରେ ଜଣାପଡ଼ିଥିଲା।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories