www.samajalive.in
Sunday, December 7, 2025
26.1 C
Bhubaneswar

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦ୍ୱାରସ୍ଥ ହୋଇ ସମାଜସେବୀ ନିହାଲ ସିଂଙ୍କ ସମ୍ମାନହାନୀ ଉଦ୍ଦେଶ୍ୟରେ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି। ଜିଲା ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ ମିଶ୍ରଙ୍କୁ ସାକ୍ଷାତକାର କରି ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମାଜସେବୀ ନିହାଲ ସିଂ ଜଣେ ଅଗ୍ରଣୀ ଧାଡିର ଆମ୍ବେଦକରବାଦୀ ହୋଇଥିବା ବେଳେ ତାଙ୍କର ଗରିବ ଓ ଅସହାୟ ମାନଙ୍କ ସେବା ପାଇଁ ୨୦୨୩ ମସିହାରେ ରେଡକ୍ରସ ମେରିଟ ସାର୍ଟିଫିକେଟ ଆଦି ଅନେକ ସମ୍ମାନ ପାଇ ସାରିଛନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ନେଇ କିଛି ନ୍ୟସ୍ଥସ୍ୱାର୍ଥ ବ୍ୟକ୍ତି ବିଶେଷ ତାଙ୍କୁ ଅପମାନ କରିବା ଉଦ୍ଦେଶ୍ୟ ନେଇ ଉଦ୍ୟମ କରୁଛନ୍ତି। ବିଗତ ଦିନରେ ନିହାଲ ସିଂ ଦେଇଥିବା ମନ୍ତବ୍ୟକୁ କଦର୍ଥ କରି ବଦନାମର ଉଦ୍ୟମ କରୁଛନ୍ତି। ଏଣୁ ଏହା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଅନୁରୋଧ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପରିଷଦର ଉପାଧ୍ୟକ୍ଷ ଏମଡି ମୁସ୍ତକିମ, ମୋମିନା ଖାତୁନ, ଜିଲା ଆବାହକ ହର୍ଦ ମଲ୍ଲିକ, ଜିଲା ସାଧାରଣ ସମ୍ପାଦକ ନାରାୟଣ ବାରିକ, ଶାନ୍ତି ମାଝୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories