ଫୁଲବାଣୀ: ମଙ୍ଗଳବାର ଫିରିଙ୍ଗିଆ ପୁଲିସ ଗୋଟିଏ ଦିନରେ ୩ ଜଣ ମହିଳାଙ୍କ ସହ ୧୩ ଜଣ ୱାରେଣ୍ଟ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଭିନ୍ନ ମାମଲାରେ ଆଦେଶ ଅବମାନନା କରି ଆସୁଥିବା କାରଣରୁ ଏମାନଙ୍କ ନାରେ ଅଦାଲତ ୱାରେଣ୍ଟ ଜାରି କରିଥିଲେ। ୱାରେଣ୍ଟ ପାଇଲା ପରେ ମଧ୍ୟ ସେମାନେ ଆଇନକୁ ଅବମାନନା ସହ ଖୁଲମ ଖୁଲା ବୁଲୁଥିଲେ। ଶେଷରେ ଅଦାଲତଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।
Popular Categories



