www.samajalive.in
Sunday, December 7, 2025
14.1 C
Bhubaneswar

ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର

ନର୍ଲା /ଭବାନୀପାଟଣା : ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର। କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ ରବିବାର ପୂର୍ବାହ୍ନ ୧୦: ୩୦ରେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦନ୍ତା ହାତୀ ରେଞ୍ଜରଙ୍କୁ ଆକ୍ରମଣ କରିଛି। ଉକ୍ତ ଅଞ୍ଚଳରେ ହାତୀଟି ରହିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ବନ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।
ସକାଳେ ନର୍ଲା ରେଞ୍ଜର ଆମପଡା ନିକଟ ଜଙ୍ଗଲରେ ହାତୀ ପଲ ଥିବା ଖବର ପାଇ ଶ୍ରୀ ପାଲୋ ସହକର୍ମୀ ମାନଙ୍କ ସହ ଘଟଣା ସ୍ଥଳରେ ହାତୀ ପଲ ଉପରେ ନଜର ରଖିଥିଲେ। ଏହି ସମୟରେ ଗୋଟାଏ ହାତୀ ତାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଡାକ୍ତରଖାନାକୁ ଅଣାଯାଉଛି। ଖବର ପାଇ ନର୍ଲା ପୁଲିସ ଏବଂ ଭବାନୀପାଟଣାରୁ ବରିଷ୍ଠ ବନ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories