www.samajalive.in
Saturday, December 6, 2025
23.1 C
Bhubaneswar

ଚୋରି ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନର୍ଲା : ନର୍ଲା ଥାନା କେସ୍ ନମ୍ବର ୨୧୮/ତା.୧୯/୧୦/୨୩ ରେ ଦଫା ୪୫୬,୩୮୦ ଆଇପିସିରେ ଗିରଫ କରି ଆଜି ୩ଜଣ ଅଭିଯୁକ୍ତଙ୍କୁ ନର୍ଲା ପୁଲିସ କୋର୍ଟ ଚାଲାଣ କରିଛି ।
ସୂଚନାନୁଯାୟୀ ପଲସାପଡା ଗ୍ରାମର ସଦାନନ୍ଦ ବାଗ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ଚଳିତ ମାସ ଗତ ୧୫ ତାରିଖରେ ତାଙ୍କ ଘରୁ ଟିଭି ଓ ଫ୍ରିଜ୍ ଚୋରି ହୋଇଥିବା ବେଳେ ଘରେ ଥିବା ଆଲମିରାକୁ ଭଙ୍ଗା ଯାଇଥିଲା । ଏହାକୁ ନେଇ ନର୍ଲା ପୁଲିସ ତନାଘନା ତଦନ୍ତ କରି ସେହି ଗ୍ରାମର କୂଳଦ୍ବୀପ ନାଏକ(୨୬),ସଚ୍ଚିନ ଭୋଇ(୨୫) ଓ ଗଜିନ୍ଦ୍ର ସାହୁ (୨୩)ଙ୍କୁ ଥାନାକୁ ଆଣି ପଚାରାଉଚୁରା କରିଥିଲା । ତଦନ୍ତରେ ଜଣାପଡିଥିଲା ଯେ କୂଳଦ୍ବୀପ ,ସଚ୍ଚିନ ଓ ରୋଶନ ନାମକ ୩ ଜଣ ମିଶି ସଦାନନ୍ଦ ଘରୁ ଚୋରି କରିଥିଲେ । ଚୋରି ସାମଗ୍ରୀ ମଧ୍ୟରୁ ଟିଭି ଓ ଫ୍ରିଜ୍ କୁ ସେମାନେ ସେହି ଗ୍ରାମର ଗଜିନ୍ଦ୍ର ସାହୁ ପାଖରେ ୫୫୦୦ ଟଙ୍କାରେ ବିକ୍ରୟ କରିଥିଲେ । ଯେଉଁ ସାମଗ୍ରୀ କୁ ପୁଲିସ ଜବତ କରିସାରିଛି । ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ନର୍ଲାଥାନା ସବ୍ ଇନ୍ସପେକ୍ଟର ଏ.ପ୍ରଧାନ ଘଟଣାରେ ସଂପୃକ୍ତ ଅଭିଯୁକ୍ତ କୂଳଦ୍ବୀପ, ସଚ୍ଚିନ ଓ ଗଜିନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଅଛି । ଅନ୍ୟତମ ଅଭିଯୁକ୍ତ ରୋଶନ ଫେରାର ଥିବା ସୂଚନା ମିଳିଅଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories