www.samajalive.in
Saturday, December 6, 2025
26.1 C
Bhubaneswar

ବୃକ୍ଷ ଶୂନ୍ୟ ରାଜରାସ୍ତା; ପଥିକଙ୍କ ପାଇଁ ପୀଡାଦାୟକ 

ନର୍ଲା : ଛତିକୁଡାରୁ ନର୍ଲା ଶିଶୁମନ୍ଦିର ଛକ ଦୀର୍ଘ ୧୪ କିଲୋମିଟର ରାସ୍ତାର ପ୍ରଶସ୍ତି କରଣ କରାଯାଉଛି। ରାସ୍ତାକୁ ଚଉଡା କରିବା କାରଣରୁ ଉଭୟ ପାର୍ଶ୍ଵରେ ଥିବା ବିଶାଳ ଆମ୍ବ, ତେନ୍ତୁଳି,ବର, ପିପ୍ପଳ, କୃଷ୍ଣଚୁଡା, କେନ୍ଦୁ, ଜାମୁକୋଳି, ଚାକୁଣ୍ଡା, ଶାଳ, ପିଆଶାଳ, ମହୁଲ ସମେତ ଛୋଟ ବଡ ସମସ୍ତ ଗଛକୁ କାଟି ସଫା କରାଯାଇଛି। ଏପଟେ ଶିଶୁ ମନ୍ଦିର ଛକରୁ ନର୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟ ଯାଏଁ ପ୍ରାୟ ଦେଢ କିଲୋମିଟର ରାସ୍ତାକୁ ଦୋହରୀକରଣ ଉଦ୍ଦେଶ୍ୟରେ ସମସ୍ତ ଗଛକୁ କାଟି ସଫା କରି ଦିଆଯାଇଛି । ଗଛର ମହତ୍ତ୍ଵ କେତେ ତାହା ସାଧାରଣ ପଥିକଟିଏ ବୁଝି ପାରିବ।

୧୧ଟା ୩୦ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାତି ରେକର୍ଡ

- Advertisement -

ରାସ୍ତାର ପ୍ରଶସ୍ତିକରଣ ଓ ଦୋହରୀକରଣ ପାଇଁ ଗଛ କାଟିବା ଯଥାର୍ଥ ହେଲେ ଡହଡହ ଖରାରେ ପଦଚାରୀ କିମ୍ବା ବାଇକ୍ ସାହାଯ୍ୟରେ ଯାଉଥିବା ମଣିଷ ମାନେ ଆଜିର ଦିନରେ ଭୋଗୁଛନ୍ତି ଦଶା । ଲୋକେ ଜରୁରୀ କାମ ନେଇ ଏପରିକି ସରକାରୀ/ବେସରକାରୀ କର୍ମଚାରୀ, ବ୍ୟବସାୟୀ ମାନେ ନିଜର କର୍ମମୟ ଜୀବନରେ ଦୈନନ୍ଦିନ ଯାତାୟତ କରୁଛନ୍ତି । ପୂର୍ବରୁ ରାଜରାସ୍ତାରେ ଥିବା ଏହି ବୃକ୍ଷର ଛାଇରେ ଯାତ୍ରୀ ମାନେ ଖରାକୁ ସହି ନପାରି ବିଶ୍ରାମ ନେଉଥିଲେ । ବିଶେଷ କରି ନର୍ଲାର ସହର ରାଜରାସ୍ତାରେ ଥିବା ଗଛର ଛାଇ ଲୋକଙ୍କ ଜୀବନ ବଞ୍ଚାଇବାରେ ଯଥେଷ୍ଟ ସହାୟ ହେଉଥିଲା । ହେଲେ ବର୍ତ୍ତମାନ ବିଭିନ୍ନ କାରଣ ନେଇ ନର୍ଲାକୁ ଆସୁଥିବା ଲୋକଙ୍କ ପାଇଁ ନର୍ଲା ସହର ମଝିରେ ସାମାନ୍ୟ ଛାଇ ଟିକେ ନାହିଁ । ଦୁଇଦିନ ଧରି ଖରାର ତେଜ ବଢିବାରେ ଲାଗିଛି । ଆଜି ପୂର୍ବାହ୍ନ ୧୦ଟାରୁ ଏହି ଅଞ୍ଚଳରେ ସୂର୍ଯ୍ୟଦେବ ଅଗ୍ନି ବର୍ଷା କରୁଥିବା ବେଳେ ଛତିକୁଡାରୁ ନର୍ଲା ଆସୁଥିବା ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ଆଗକୁ ନିର୍ବାଚନ ଥିବା କାରଣରୁ ଲୋକଙ୍କ ଯାତାୟତ ଅଧିକ ହେଉଥିବା ବେଳେ ରାସ୍ତାରେ ଯାଉଥିବା ମଣିଷ ପ୍ରଚଣ୍ଡ ଖରାରେ ଅସହାୟ ମନେ କରେ କିମ୍ବା ଚେତାଶୂନ୍ୟ ହୋଇପଡେ ତାହେଲେ ଖରାରେ ହିଁ ପଡିରହିବ। ଏମିତି ଛାଇ ନାହିଁ ଯେଉଁଠି କେହି ଅସହାୟଙ୍କୁ ଉଦ୍ଧାର କରି ରଖିବେ। ପ୍ରଶାସନ ଏହାକୁ ଗୁରୁତର ସହିତ ଗ୍ରହଣ କରି ଛତିକୁଡାରୁ ନର୍ଲା ଯାଏଁ ସ୍ଥାନେସ୍ଥାନେ ଅସ୍ଥାୟୀ ଡାଳ ପତ୍ର, ଖର, ନଡା ଛାଉଣୀର ଆଶ୍ରୟସ୍ଥଳୀ ତିଆରି କରିବା ସହିତ ଭରପୁର ମାଠିଆ ପାଣିର ବନ୍ଦୋବସ୍ତ କରିବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories