ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..
ମହୁ ଏକ ପ୍ରାକୃତିକ ଔଷଧ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିବା ସହ ଉପକାରୀ। ମହୁର ଶାସ୍ତ୍ରରେ ମଧ୍ୟ ଖୁବ୍ ମହତ୍ତ୍ୱ ରହିଛି। ଧାର୍ମିକ ଗ୍ରନ୍ଥ ଅନୁସାରେ ମହୁ ସମସ୍ତ ଦେବାଦେବୀଙ୍କ ପୂଜାରେ ବ୍ୟବହାର ହୋଇଥାଏ। ମହୁ ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ମହୁ ଅର୍ପଣ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିବା ସହ ଏହାକୁ ଦାନ କଲେ ଜାତକରେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ।
ଶାସ୍ତ୍ର ଅନୁସାରେ ଜାତକରେ ଶନିଙ୍କ ଦଶା ଅର୍ଥାତ ଶନିଙ୍କ ସାଢେସାତୀ ସହ ଅନ୍ୟ ପ୍ରଭାବ ଥିଲେ, ଜୀବନରେ ଅନେକ ସମସ୍ୟା ଦେଖାଦିଏ। ତେଣୁୁ ଏଭଳି ସ୍ଥିତିରେ ମହୁ ଦାନ କରନ୍ତୁ। ଏହା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଶନିଙ୍କ ପ୍ରଭାବ ଦୂର ହୋଇଥାଏ। ଶନିବାର ଦିନ ମହୁ ଦାନ କରନ୍ତୁ।
ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..
ଜାତକରେ ସୂର୍ଯ୍ୟଙ୍କ ପ୍ରଭାବ ଥିଲେ ଏହାକୁ ଦୂର କରିବା ପାଇଁ ରବିବାର ଦିନ ମହୁ ନିଶ୍ଚୟ ଦାନ କରନ୍ତୁ। ରବିବାର ସୂର୍ଯ୍ୟଦେବତାଙ୍କୁ ସମର୍ପିତ। ଏହି ଦିନ ମହୁ ଦାନ କଲେ ମାନ-ସମ୍ମାନ ବୃଦ୍ଧି ହୋଇଥାଏ।
ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..
ଜାତକରେ ଶୁକ୍ରଙ୍କ ଦୋଷ ରହିଲେ ମନସ୍କାମନା ପୂରଣ ହୋଇନଥାଏ। ଅସଫଳତା ମିଳିଥାଏ। ଶୁକ୍ରଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ଦିନ ମହୁ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରିବା ସହ ଶିଶୁଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
ଜାତକରେ ରାହୁ-କେତୁଙ୍କ ସ୍ଥିତି ଦୁର୍ବଳ ଥିଲେ, ସଫଳତା ମିଳି ପାରି ନଥାଏ। ରାହୁ-କେତୁଙ୍କ ଦୋଷ ଦୂର ପାଇଁ ଚାନ୍ଦି ପାତ୍ରରେ ମହୁ ରଖି ମନ୍ଦିରରେ ଦାନ କରନ୍ତୁ। ଏହା ସମସ୍ତ ଦୋଷକୁ ଦୂର କରିବା ସହ ମନସ୍କାମନା ପୂରଣ ହୋଇଥାଏ।
Comments are closed.