www.samajalive.in
Saturday, December 6, 2025
23.1 C
Bhubaneswar

ବିସ୍ତୀର୍ଣ୍ଣ ପଡିଆର ଭ୍ରମ ସୃଷ୍ଟି କରୁଛି ଦିଆରୀମୁଣ୍ଡା 

ନର୍ଲା : ନର୍ଲା ବ୍ଲକ ତୁଳାପଡା ଶିବ ମନ୍ଦିର ସମ୍ମୁଖ ଭାଗରେ ଥିବା ଦିଆରୀମୁଣ୍ଡା ପୋଖରୀ ଏକ ବିସ୍ତୀର୍ଣ୍ଣ ପଡିଆର ଭ୍ରମ ସୃଷ୍ଟି କରୁଛି। ଏକ ଅଜଣା ଲତା ଉକ୍ତ ପୋଖରୀରେ ରାତାରାତି ବଂଶ ବିସ୍ତାର କରି ସମ୍ପୂର୍ଣ୍ଣ ଜଳାଶୟକୁ ଘୋଡେଇ ରଖିଛି। ଫଳରେ ପୋଖରୀରେ ପାଣି ଦେଖିବାକୁ ମିଳୁନି। ଯେ କେହି ବ୍ୟକ୍ତି ଦେଖିଲେ ଭାବିବ ଏହା ଏକ ବିସ୍ତୀର୍ଣ୍ଣ ପଡିଆଟିଏ। ଏହି ପୋଖରୀର ପାଣି ସ୍ଥାନୀୟ ବାସିନ୍ଦାଙ୍କ ନିତ୍ୟ ବ୍ୟବହାର୍ୟ୍ୟ ହେଉଥିବା ବେଳେ ଏବେ ଲୋକେ ପାଣିର ବ୍ୟବହାର କରି ପାରୁ ନାହାନ୍ତି । ଅନ୍ୟପଟେ ମାଛ ଚାଷ ପାଇଁ ଉକ୍ତ ପୋଖରୀ ନିଲାମ ହୋଇଛି ।

ଗୋପ-କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣେ ମୃତ, ୨ ଗୁରୁତର

- Advertisement -

ମାଛ ଚାଷ କରୁଥିବା ହିତାଧିକାରୀ ମାଛ ମାରିବା ସମ୍ଭବପର ନୁହେଁ । ଏଭଳି ପରିସ୍ଥିତି ଅତୀତରେ ରୁପ୍ରା ସାଗରରେ ଦେଖା ଦେଇଥିଲା ଓ ବହୁ କଷ୍ଟରେ ଏହି ଲତାର ବଂଶ ନିପାତ କରିବା ପରେ ଏବେ ପାଣି ସଫା ହୋଇଛି । ତେବେ ମାଛ ଧରାଳୀଙ୍କ ଜାଲରେ ଏହି ଲତା ଆସି ବିଭିନ୍ନ ପୋଖରୀରେ ବଂଶ ବିସ୍ତାର କରୁଛି । ଦିଆରୀମୁଣ୍ଡାକୁ ଲାଗି ବଣାମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଏହି ଲତା ବଣାମୁଣ୍ଡାକୁ ନିଶ୍ଚିତ ବ୍ୟାପିବ। ବଣାମୁଣ୍ଡାରେ ଯଦି ଏହି ଲତା ମାଡେ ତାହେଲେ ଲୋକେ ପାଣିର ବ୍ୟବହାର କରିବା ଅସମ୍ଭବ ହୋଇପଡିବ ଓ ଏହାକୁ ନିର୍ମୁଳ କରିବା ପାଇଁ ପ୍ରଶାସନକୁ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପଡିବ। ଦିଆରୀମୁଣ୍ଡାକୁ ପ୍ରଶାସନ ସଫା କରିବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।

ବ୍ଲାଷ୍ଟିଂ ପଥର ବାଜି ବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories