ସୋଲାର ଜଳ ପ୍ରକଳ୍ପ ଅଚଳ, ମିଳୁନି ପାନୀୟ ଜଳ

ନର୍ଲା:ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ପଞ୍ଚାୟତର ଯୋଡାବନ୍ଧ ଗ୍ରାମରେ ଦେଖାଦେଇଛି ଉତ୍କଟ ଜଳ ସଂକଟ। ବର୍ଷାର ଅଭାବରୁ ନିକଟସ୍ଥ ସାନ୍ଦୁଲ ନଦୀରେ ପାଣି ନଥିବା କାରଣରୁ ଗାଈଗୋରୁ ଓ ପଶୁପକ୍ଷୀ ପିଇବା ପାଇଁ ପାଣି ପାଉନଥିବା ପରିଲକ୍ଷିତ ହେଉଛି। ଗାଁରେ ଥିବା କୂଅ ମାନଙ୍କରେ ପାଣି ନାହିଁ। ସେହିପରି ଗାଁରେ ଥିବା ତିନୋଟି ନଳକୂପ ସାମାନ୍ୟ ସମୟ ପାଇଁ ଚାଲୁଥିବା ବେଳେ ଲୋକଙ୍କୁ ପାଣି ଯୋଗାଇପାରୁ ନାହିଁ। ସୋଲାର ଜଳ ପ୍ରକଳ୍ପ ୨୦୨୧ ଅଗଷ୍ଟ ମାସରୁ ଅଚଳ ହୋଇପଡ଼ିଛି। ଏହାକୁ ସଜାଡିବାରେ କାହାରି ଆନ୍ତରିକତା ନଥିବାରୁ ଲୋକେ ପାଣି ପାଇଁ ଡହକ ବିକଳ ହେଉଛନ୍ତି । ବସୁଧା ପ୍ରକଳ୍ପ ତିଆରି ହୋଇଥିଲେ ହେଁ ଏଯାଏଁ ଜୀବନ୍ୟାସ ପାଇ ନଥିବାରୁ ଲୋକେ ପାଣି ପାଇବା କଠିନ ହୋଇପଡିଛି। ପ୍ରବଳ ଖରାରେ ପାଣି ଲୋକଙ୍କ ଜୀବନ ହୋଇଥିବା ବେଳେ ଯୋଡାବନ୍ଧ ଗ୍ରାମବାସୀ ପାଣିର ମରୁଡିରେ ନାହିନଥିବା ହନ୍ତସନ୍ତ ହେଉଛନ୍ତି ।

 

prayash

ପ୍ରତ୍ୟେକ ବର୍ଷ ପଞ୍ଚାୟତ ତରଫରୁ ପାନୀୟ ଜଳ ଟ୍ୟାଙ୍କର ସାହାଯ୍ୟରେ ୧୦ ବର୍ଷ ହେଲା ଯୋଗା ଯାଉଥିଲେ ହେଁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଣି ଯୋଗାଣ କରା ଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ପାନୀୟ ଜଳର ଅଭାବରେ ଜୀବନ ହାନୀ ହେବାର ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ। ପ୍ରଶାସନ ତୁରନ୍ତ ଏହାର ସୁବନ୍ଦୋବସ୍ତ କରି ଜୀବନ ରକ୍ଷା କରିବାକୁ ଗ୍ରାମବାସୀ ତଥା ଆଦିବାସୀ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ, ୱାର୍ଡ ସଭ୍ୟ ବରୁଣ ମହାନନ୍ଦ, ଦେଶରାଜ ଗଡତିଆ, ବିରକେତୁ ଦାସ, ପ୍ରହ୍ଲାଦ ଗଡତିଆ ପ୍ରମୁଖ ଦାବି କରିଛନ୍ତି।

kalyan agarbati

Comments are closed.