ଜିଲାପାଳଙ୍କ ଜନଶୁଣାଣି ଶିବିର, ତତ୍କାଳ ୭୪ ଅଭିଯୋଗର ସମାଧାନ

ନରସିଂହପୁର : ନରସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଉଦେଶ୍ୟରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନରସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନା ପୈାରହିତ୍ୟ କରିଥିଲେ।

prayash

ଉକ୍ତ ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି.ଯୁଗଳ କିଶୋର ବନୋଥ, ଅତିରିକ୍ତ ଜିଲାପାଳ (ଜେନରାଲ)ଶିବ ଶଙ୍କର ତୋପ୍ପୋ, ସହକାରୀ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ହାୟକ, ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଜିଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ଉଦ୍ୟାନ ବିଭାଗ ଅଧିକାରୀ ଋତୁପର୍ଣ୍ଣା ସେନାପତି, ନରସିଂହପୁର ତହସିଲଦାର ଆଳୋକ କୁମାର ଦେହୁରୀ, ଗୋଷ୍ଠୀ ଚିକିତ୍ସାଧିକାରୀ ଦେବାଶିଷ ଜେଷ୍ଠୀ, ଚଚିନ ମିଶ୍ର, ହରେକୃଷ୍ଣ ମଲ୍ଲିକ,ବ୍ଲକ ଅଧକ୍ଷା ସସ୍ମିତା ଜେନା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ନିର୍ମଳ କୁମାର ଜେନା, ବ୍ଲକ କୃଷି ଅଧିକାରୀ ନିର୍ମଳ କୁମାର ନାୟକ,ଅତିରିକ୍ତ ମତ୍ସଅଧିକାରୀ ଅମର କୁମାର ପ୍ରଧାନ, ରେଞ୍ଜର ସଚିଦାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଶିବିରକୁ ସମୁଦାୟ ୧୩୫ଟି ଅଭୀଯୋଗ ହୋଇଥିଲା। ସେଥି ମଧ୍ୟରୁ ୪ଟି ସାମୁହିକ ଏବଂ ୧୩୧ଟି ବ୍ୟକ୍ତିଗତ ରହିଥିଲା। ସେଥିମଧ୍ୟରୁ ୭୪ଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା। ଏଥିରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଅନ୍ୟାନ୍ୟ ଭତ୍ତା ସହିତ ରେଡକ୍ରସ ପାଣ୍ଠିରୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। ଏହି ଜନଶୁଣାଣି ଶିବିରରେ ଶିକ୍ଷା, ଅବକାରୀ, ସ୍ୱାସ୍ଥ୍ୟ, ପୁଲିସ ପ୍ରଶାସନ, ପୂର୍ତ୍ତ ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ, ଜୀବିକା ମିଶନ, କୃଷି ବିଭାଗ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.