ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା
ନରସିଂହପୁର: ନରସିଂହପୁର ବ୍ଲକ ଅର୍ନ୍ତଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଅଖିଳ ଗାୟତ୍ରୀ ପରିବାରର ଅନନ୍ତ ନାରାୟଣ ଦାସଙ୍କ ତତ୍ତ୍ବାବଧାନରେ ଅନନ୍ତ ବାସୁକୀ ପୀଠରେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଆଜି ଶତାଧିକ ଭକ୍ତଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଶ୍ରଦ୍ଧାଳୁମାନେ ମହାନଦୀ କୂଳରେ ପୂଜାବିଧି ପରେ ପାଣି ତୋଳି ପୂଜା ମଣ୍ଡପରେ ପହଞ୍ଚିଥିଲେ। ଏଠାରେ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଋଷି ଏବଂ ଭକ୍ତଙ୍କ ସମାଗମ ହୋଇଛି। ଏହି ଅବସରରେ ଯୁଗସଙ୍ଗୀତ, ପ୍ରବଚନ, ମହାଯଜ୍ଞ ସହ ପ୍ରତ୍ୟେକ ଦିବସରେ ସଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏହାକୁ ପରିଚାଳନା କରିବା ପାଇଁ ଗାୟତ୍ରୀ ପରିବାର ପକ୍ଷରୁ ଏକ କମିଟି ଏହାର ତଦାରଖ କରୁଥିବା ଜଣାପଡିଛି।
Comments are closed.