www.samajalive.in
Tuesday, December 9, 2025
16.1 C
Bhubaneswar

ପିକ୍‌ଅପ୍‌-ଟ୍ରାକ୍ଟର ଧକ୍କା: ୩ ଶ୍ରମିକ ମୃତ, ୧୨ ଆହତ

କୋଷାଗୁମୁଡ଼ା : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଛତିଶଗଡ଼ ବକାୱଣ୍ଡ ରାଜନଗର ନିକଟରେ ପିକ୍‌ଅପ୍‌-ଟ୍ରାକ୍ଟର ଧକ୍କା ହୋଇଛି। ଏଥିରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ନବରଙ୍ଗପୁର ଜିଲା ଏମ୍‌ କେରାଗାଁ ପଞ୍ଚାୟତ ସିରାଗୁଡ଼ା ଗ୍ରାମର ଧନାଇ ଭତ୍ରା , ପୂର୍ଣ୍ଣି ଭତ୍ରା ଓ ଦୟାବତୀ ସରାବୁ । ଛତିଶଗଡ଼ ବକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଏମ. କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗାଁରୁ ୨୦ରୁ ୨୫ ଶ୍ରମିକ ପିକ୍‌ଅପ୍‌ ଯୋଗେ ଯାଉଥିଲେ। ଶନିବାର ରାତିରେ ଘରକୁ ଫେରୁଥିବା ସମୟରେ ଧାନ ବୋଝେଇ ଟ୍ରାକ୍ଟର ଡାଲ ଓ ପିକ୍‌ଅପ୍‌ ମଧ୍ୟ​‌ରେ ଧକ୍କା ହୋଇଥିଲା। ସମସ୍ତ ଆହତ ଶ୍ରମିକଙ୍କୁ ଡିମରାପାଲ ମେଡିକାଲ କଲେଜକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଆହତ ଚିକିତ୍ସିତ ହେଉଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories