www.samajalive.in
Sunday, December 7, 2025
18.1 C
Bhubaneswar

ନବରାତ୍ର ସହ ଜଡିତ କିଛି ବିଶେଷ ଉପାୟ

ନବରାତ୍ର ପୂଜା ସମୟରେ ଭକ୍ତଙ୍କ ମୁଖ ପୂର୍ବ ଦିଗରେ ରହିବା ଆବଶ୍ୟକ। କାରଣ ଏହି ଦିଗକୁ ଶକ୍ତି, ସମ୍ପନ୍ନତା ଏବଂ ସୂର୍ୟ୍ୟଙ୍କ ପ୍ରତୀକ ବୋଲି କୁହାଯାଏ।ମା’ଙ୍କ ନିକଟରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରିବା ଦ୍ୱାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁ ଶାସ୍ତ୍ରରେ ଚନ୍ଦନକୁ ବହୁତ ଶୁଭ ଏବଂ ସକରାତ୍ମକ ଶକ୍ତିର କେନ୍ଦ୍ର ବୋଲି ମାନ୍ୟତା ରହିଛି। ତେଣୁ ମା’ଙ୍କ ଆସ୍ଥାନ ଚନ୍ଦନର କାଠରେ ନିର୍ମିତ ହେବା ଅତ୍ୟନ୍ତ ଶୁଭ ହୋଇଥାଏ। ନଅ ଦିନ ଯାକ ମା’ଙ୍କୁ ଲାଲ ରଙ୍ଗର ବସ୍ତ୍ର ଏବଂ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ।
ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିବା ସହ ସ୍ୱତନ୍ତ୍ର ଫଳ ମଧ୍ୟ ମିଳିଥାଏ। ଜାଣନ୍ତୁ ,ଏହି ନଅ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବେ…..
ଏହି ନଅ ଦିନ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।
ପ୍ରଥମ ଦିନରେ ମା’ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନ ପୂଜାରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ।
ଦିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ। ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା ହୋଇଥାଏ। ଏହି ଦିନରେ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଚତୁର୍ଥ ଦିନରେ ମା’କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହି ଦିନରେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା ହୋଇଥାଏ। ଏହି ଦିନରେ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ।
ଷଷ୍ଠ ଦିନରେ ମା’କାର୍ତ୍ତିୟାନୀଙ୍କର ପୂଜା ହୋଇଥାଏ। ଏହି ଦିନରେ ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସପ୍ତମୀ ଦିନରେ ମା’କାଳରାତ୍ରିଙ୍କର ପୂଜା ହୋଇଥାଏ। ଏହି ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଅଷ୍ଟମ ଦିନରେ ମା’ମହାଗୌରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ନବମ ଦିନରେ ମା’ସିଦ୍ଧାତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories