www.samajalive.in
Sunday, December 14, 2025
17.1 C
Bhubaneswar

ନବରାତ୍ର : ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଚାନ୍ଦିର ଯେକୌଣସି ଜିନିଷ କିଣି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ

ନଅ ଦିନ ଯାଏଁ ପାଳନ ହେଉଥିବା ଏହି ନବରାତ୍ର ପର୍ବରେ ମା’ଦୁର୍ଗାଙ୍କର ନଅ ସ୍ୱରୂପର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ଆଶୀର୍ବାଦ ଓ କୃପା ପାଇବା ପାଇଁ ବହୁ ଭକ୍ତ ନବରାତ୍ର ଉପବାସ ମଧ୍ୟ କରିଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ , ଏହି ସମୟରେ ଦେବୀଙ୍କ ପୂଜାର୍ଚ୍ଚନା କରିବା ସମୟରେ ବାସ୍ତୁର ସରଳ ଉପାୟ ପ୍ରତି ଧ୍ୟାନ ଦେଲେ ଇଚ୍ଛାନୁଯାୟୀ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ସୁଖସମୃଦ୍ଧି , ଶାନ୍ତି ପାଇଁ ବାସ୍ତୁର ଉପାୟ……
ଦେବୀ ମା’ଙ୍କ ସ୍ୱାଗତ କରିବା ପୂର୍ବରୁ ଘରକୁ ଭଲ ଭାବେ ସଫା କରନ୍ତୁ। ଘରର ଅନାବଶ୍ୟକ ସାମଗ୍ରୀ ଫିଙ୍ଗି ଦିଅନ୍ତୁ। ଅସନା ଅପରିଷ୍କାର ଆଦୌ କରନ୍ତୁ ନାହିଁ। ଧୂପ ଦୀପରେ ଘରେ ଲଗାଇ ବାତାବରଣକୁ ଶୁଦ୍ଧ କରନ୍ତୁ।
ପଣ୍ଡିତଙ୍କ ସହ ପରାମର୍ଶ କରି ସଠିକ ଦିଗ ଓ ସ୍ଥାନରେ ବିଧି ପୂର୍ବକ ମା’ଙ୍କ ପୂଜାର୍ଚ୍ଚନା କରନ୍ତୁ।
ପୂଜାସ୍ଥାନରେ ହଳଦୀ ଓ କୁଙ୍କୁମରେ ସ୍ୱସ୍ତିକ ଚିହ୍ନ କରନ୍ତୁ।
ମା’ଙ୍କ ପୂଜାରେ ସତେଜ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।
ଯେଉଁ ସ୍ଥାନରେ ମା’ଙ୍କୁ ପୂଜାର୍ଚ୍ଚନା କରିବେ ସେଠାକାର କାନ୍ଥର ରଙ୍ଗ ପ୍ରତି ମଧ୍ୟ ଧ୍ୟାନ ରଖିବେ। ଏ ବିଷୟରେ ମଧ୍ୟ ପଣ୍ଡିତଙ୍କ ସହ ଥରେ ପରାର୍ମଶ କରିବେ।
ମା’ଙ୍କ ପୂଜାର୍ଚ୍ଚନା, ବସ୍ତ୍ର, ଭୋଗ ସମ୍ପୂର୍ଣ୍ଣ ବିଧିପୂର୍ବକ ପାଳନ କରିବେ।
ନବରାତ୍ରର ୯ଦିନ ଯାଏଁ ଲୋକେ କିଛି ନା କିଛି ଜିନିଷ ନିଶ୍ଚୟ କିଣିଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ କିଣିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ଏହା ବିଷୟରେ………..
ଆରୋଗ୍ୟରୁ ମୁକ୍ତି ପାଇଁ ନବରାତ୍ରର ପ୍ରଥମରୁ ଅନ୍ତିମ ଦିନ ଯାଏଁ ଗାଈ ଘିଅ କିଣନ୍ତୁ।
ସୌଭାଗ୍ୟ ବୃଦ୍ଧି ପାଇଁ ସମସ୍ତ ଶୃଙ୍ଗାର ଜିନିଷ ଚୁଡ଼ି, କଳା, କୁଙ୍କୁମ, ମଙ୍ଗଳସୂତ୍ର, ଗୋଡ଼ ମୁଦି, ଓଢଣୀ, କିଣନ୍ତୁ ଓ ମା’ଙ୍କୁ ଅର୍ପଣ କରନ୍ତୁ।
ନିଜ ଘର କରିବାକୁ ଇଚ୍ଛା କରିଥିଲେ ମାଟିରେ ନିର୍ମିତ ଏକ ଛୋଟ ଘର ଆଣି ପୂଜାସ୍ଥଳରେ ରଖନ୍ତୁ।
ବିଦେଶ ଯାତ୍ରା ପାଇଁ ଇଚ୍ଛା ଥିଲେ ନବରାତ୍ର ମଧ୍ୟରେ ଏକ ଧ୍ୱଜା କିଣି ଏହାକୁ ପୂଜା କରି ନବମୀ ଦିନ ମନ୍ଦିରରେ ଅର୍ପଣ କରନ୍ତୁ।
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଚାନ୍ଦିର ଯେକୌଣସି ଜିନିଷ କିଣି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ୩ଟି ନଡିଆ ଆଣି ପ୍ରଥମେ ଘରେ ରଖନ୍ତୁ। ନବମୀ ଦିନ ମନ୍ଦିରରେ ଦିଅନ୍ତୁ।
ବିଭିନ୍ନ ଶୁଭଫଳ ପାଇଁ ଘରକୁ ଧୂପ, ଦୀପ, ଅଗରବତୀ , ଚମକୁଥିବା ଧଳା ଜିନିଷ କିଣି ଆଣନ୍ତୁ।
ନବରାତ୍ରର ଶେଷ ଦିନ ଲାଲ ରେଶମୀ ସୂତା କିଣି ଏଥିରେ ୯ଟି ଗଣ୍ଠି ପକାଇ ଦେବୀଙ୍କୁ ସମର୍ପଣ କରି ନିଜ ପାଖରେ ରଖନ୍ତୁ। ସର୍ବଦା ସଫଳତା ମିଳିବ।
ଏହି ନଅ ଦିନ ମଧ୍ୟରେ ଯେକୌଣସି ଗୋଟିଏ ଦିନ କିନ୍ନରଙ୍କ ଠାରୁ ପଇସା ନେଇ ଏହାକୁ ନିଜ ପାଖରେ ରଖନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories