www.samajalive.in
Saturday, December 6, 2025
26.1 C
Bhubaneswar

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ

ପିପିଲି: ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା’ଉତ୍ତରାୟଣୀଙ୍କ ପୀଠରେ ଷୋଡଶ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଚାଲିଥିବା ବେଳେ ସୋମବାର ଠାକୁରାଣୀ ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କୋଭିଡ୍‍ କଟକଣା ମଧ୍ୟରେ ପ୍ରତ୍ୟହ ଶ୍ରଦ୍ଧାଳୁମାନେ ପରମ ବୈଷ୍ଣବୀ ଠାକୁରାଣୀ ମା’ଉତ୍ତରାୟଣୀଙ୍କ ଦର୍ଶନ କରିବା ସହ ଠାକୁରାଣୀଙ୍କ ପାଖରେ ମାନସିକ କରୁଥିବା ସୂଚନା ମିଳିଛି।

ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ସୁବଳପୁର ମୌଜାରେ ଅବସ୍ଥିତ ମା’ଉତ୍ତରାୟଣୀ ଏକ ବଡ ମାଟି ହାଣ୍ଡି ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ପୁରୀର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ଜଣାଯାଇଛି। ଶ୍ରୀଜଗନ୍ନାଥଙ୍କ ଉତ୍ତର ଦିଗରେ ଠାକୁରାଣୀ ଆବିର୍ଭାବ ହୋଇଥିବାରୁ ମା’ଉତ୍ତରାୟଣୀ ରୂପରେ ବିଦିତ ହୋଇଥିବା ଜନଶୃତିରେ ଜଣାଯାଏ। ଜବନ ମାନଙ୍କ ଆକ୍ରମଣରୁ ଦେବୀଙ୍କୁ ରକ୍ଷା କରିବା ପାଇଁ ରାଜା ଏକ ବଡ ମାଟି ହାଣ୍ଡିରେ ଉତ୍ତରାୟଣୀଙ୍କୁ ଘୋଡାଇ ରଖିଥିବା ଯୋଗୁଁ ସେହିଦିନ ଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି। ଏହି ପୀଠରେ ପ୍ରତ୍ୟହ ସକାଳ ୬ଟାରେ ଦ୍ୱାରଫିଟା ନୀତି କରାଯିବା ପରେ ବାଳଭୋଗ କରାଯାଇଥାଏ। ଦ୍ୱିପ୍ରହର ଖେଚୁଡି ଭୋଗରେ ଭାତ,ଡାଲି,ମାଛ ବେସର, ଖିରୀ ଓ ଖଟା ଆଦି ଭୋଗ କରାଯାଉଥିବା ବେଳେ ସନ୍ଧ୍ୟାରେ ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗ କରାଯାଏ। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ଅଲଣା ବିରି ଜାଉ ଭୋଗ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ। ଅରୁଆ ଚାଉଳ, ଗୋଟା ବିରି, ନଡିଆ, କ୍ଷୀର, ଚିନି, କାଜୁ, ଖିସମିସ୍‍, ଗୁଜୁରାତି, କର୍ପୁର ଓ ତେଜପତ୍ରରେ ପ୍ରସ୍ତୁତ ଏହି ଅଲଣା ଜାଉ ମା’ଙ୍କର ଅତି ପ୍ରିୟ ଓ ପ୍ରସିଦ୍ଧ ଭୋଗ ଅଟେ। ମା’ଉତ୍ତରାୟଣୀଙ୍କ ପାର୍ଶ୍ବ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ବଳି ଦିଆଯାଉଥିବା ବେଳେ ପୋଡା ମାଛ ଭୋଗ କରାଯାଉଛି। ସୋମବାର ଦିନ ମା’ଉତ୍ତରାୟଣୀ ଭକ୍ତମାନଙ୍କୁ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଥିବା ବେଳେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ଓ ମାନସୀକଧାରୀ ଭକ୍ତଙ୍କ ମଧ୍ୟରେ ବେଶ୍‍ ଆଗ୍ରହ ପରିଲକ୍ଷିତ ହୋଇଥିଲା। ସେହିପରି ୧୨ ତାରିଖରେ ମହିଷାମର୍ଦ୍ଦିନୀ ବେଶ, ୧୩ ତାରିଖରେ କାତ୍ୟାୟନୀ ବେଶ, ୧୪ ତାରିଖରେ କାଳରାତ୍ରି ବେଶ ଓ ୧୫ ତାରିଖରେ ମହାଗୌରୀ ବେଶରେ ମା’ ଉତ୍ତରାୟଣୀ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିରର ପୂଜକ ବିଚିତ୍ର କୁମାର ପାଢୀ ସୂଚନା ଦେଇଛନ୍ତି।

- Advertisement -

 

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories