www.samajalive.in
Saturday, December 6, 2025
26.1 C
Bhubaneswar

ନବରାତ୍ର : କନ୍ୟାଙ୍କ ଥାଳିରେ ପୁରି, ହାଲୱା, ଚଣା ଆଦି ଶ୍ରଦ୍ଧା ପୂର୍ବକ ପରଷନ୍ତୁ

ନବରାତ୍ରରେ ଛୋଟ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇ ତାଙ୍କୁ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଦେବୀଙ୍କ ସ୍ୱରୂପ କନ୍ୟାଙ୍କ ଆଶୀର୍ବାଦ ମା’ଦୁର୍ଗାଙ୍କ କୃପା ଆଣିଥାଏ। ନବରାତ୍ର ବ୍ରତ ପାଳନ କରୁଥିବା ମହିଳା ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟାଙ୍କୁ ନିଶ୍ଚୟ ପୂଜା କରନ୍ତୁ। ସଠିକ ନିୟମ ସହ କନ୍ୟାଙ୍କୁ ପୂଜା କଲେ ମା’ଦୁର୍ଗାଙ୍କର ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କନ୍ୟାଙ୍କୁ ପୂଜା କରିବାର ସଠିକ ବିଧି…….
ପ୍ରଥମେ ଅଷ୍ଟମୀ ଓ ନବମୀ ଦିନ ପ୍ରାତଃ ସମୟରେ ସ୍ନାନ କରି ଭଗବାନ ଗଣେଶ ଓ ମା’ମହାଗୌରୀଙ୍କ ପୂଜା କରନ୍ତୁ।
ଦେବୀଙ୍କ ସ୍ୱରୂପ ୯ଟି ଛୋଟ ଅର୍ଥାତ ୧୧ ବର୍ଷ ମଧ୍ୟରେ ବୟସ ଥିବା କନ୍ୟାଙ୍କୁ ଘରକୁ ନିମନ୍ତ୍ରଣ କରନ୍ତୁ ଓ ସସମ୍ମାନର ସହ ଆସନରେ ବସାନ୍ତୁ।
ସର୍ବପ୍ରଥମେ ସ୍ୱଚ୍ଛ ଜଳରେ କନ୍ୟାମାନଙ୍କ ପାଦ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହାପରେ କନ୍ୟାମାନଙ୍କୁ ତିଳକ ଲଗାଇ ବସାନ୍ତୁ।
କନ୍ୟାଙ୍କ ହସ୍ତରେ ଲାଲ ରଙ୍ଗର ରକ୍ଷାସୂତ୍ର ବାନ୍ଧି ତାଙ୍କ ଚରଣରେ ପୁଷ୍ପ ରଖନ୍ତୁ।
ଏହାପରେ ନୂଆ ଥାଳିରେ ପୁରି, ହାଲୱା, ଚଣା ଆଦି ଶ୍ରଦ୍ଧା ପୂର୍ବକ ପରଷନ୍ତୁ।
ଏହାସହ କନ୍ୟାମାନଙ୍କୁ ମିଠାଦ୍ରବ୍ୟ ନିଜ ଶକ୍ତି ପୂର୍ବକ ବସ୍ତ୍ର, ଟଙ୍କା ଆଦି ଦାନ କରନ୍ତୁ।
କନ୍ୟାଙ୍କୁ ଭୋଜନ କରାଇବା ପରେ ଆଳତୀ କରି ତାଙ୍କୁ ଦେବୀ ବୋଲି ବିବେଚନା କରି ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ। ଶେଷରେ ତାଙ୍କୁ ସମ୍ମାନ ପୂର୍ବକ ଘରର ଦରଜା କିମ୍ବା ତାଙ୍କ ଘର ଯାଏଁ ବିଦାୟ ଦିଅନ୍ତୁ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories