www.samajalive.in
Sunday, December 7, 2025
16.1 C
Bhubaneswar

ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ରଙ୍ଗେଇଲୁଣ୍ଡା ବ୍ଲକକୁ ସାମିଲ କରିଥିବାରୁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ଗୋପାଳପୁର : ରାଜ୍ୟ କ୍ୟାବିନେଟ୍‍ ପକ୍ଷରୁ ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଓ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୮୬ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୪ ଗାଁ ର ୭ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ନିମନ୍ତେ ୩୫୫ କୋଟି ଟଙ୍କା ଘୋଷଣା କରାଯିବା ପରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀଙ୍କ ଅଧକ୍ଷତାରେ ଏକ ଧନ୍ୟବାଦ ଅର୍ପଣ ସଭାର ଆୟୋଜନ ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ ସଭା ପରିଚାଳନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୪ ଟି ବ୍ଲକ ମଧ୍ୟରୁ ରଙ୍ଗେଇଲୁଣ୍ଡା ବ୍ଲକର ୩୨ଟି ପଞ୍ଚାୟତର ସମସ୍ତ ଗାଁକୁ ସାମିଲ କରାଯାଇଥିବା ପ୍ରକାଶ କରିବା ସହ ଆଗାମୀ ଦିନରେ ଅଞ୍ଚଳବାସୀ ବିଶୁଦ୍ଧ ପିଇବା ପାଣି ନିଜ ଘରେ ଟ୍ୟାପରୁ ପାଇ ପାରିବେ ବୋଲି ସୂଚନା ଦେବା ସହ ଏଥି ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି ଓ ମଞୁଶ୍ରୀ ଦଳାଇ, ବ୍ଲକ ବିଜେଡି କୋଷାଧ୍ୟକ୍ଷ ନୀଳମାଧବ ପାତ୍ର , ଜିଲ୍ଲା ଉପସଭାପତି ଦିଲେଶ୍ଵର୍ ରେଡ୍ଡୀ, କେ.ବାଲକୃଷ୍ଣକ୍ଷ,ଯୁବ ବିଜେଡି ସଭାପତି ବିନୋଦ ମହାଙ୍କୁଡ , ଛାତ୍ର ବିଜେଡ଼ି ସଭାପତି ମିଲେନ୍ଦ୍ରକୁମାର , ପ୍ରକାଶ ସାମନ୍ତ,ଅଭୟ ସାହୁ, ନାରୀନେତ୍ରୀ, ହଳଦିଆପଦର ସରପଞ୍ଚ ଏସ ରାଜେଶ୍ୱରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସମେତ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories