ରେଳମନ୍ତ୍ରୀଙ୍କୁ ଭେଟିଲେ ଉମରକୋଟ ବିଧାୟକ; ନବରଙ୍ଗପୁର ରେଳ କାଉଣ୍ଟର ପୁନଃ ଖୋଲିବାକୁ ନିବେଦନ

ନବରଙ୍ଗପୁର: ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ନବରଙ୍ଗପୁର ଜିଲାର ସମସ୍ୟା ସମ୍ପର୍କରେ ଲିଖିତ ଭାବରେ ଜଣାଇ ଆଲୋଚନା କରିଛନ୍ତି । ଗତ କୋଭିଡ ପରଠାରୁ ନବରଙ୍ଗପୁରରେ ରେଳ କାଉଣ୍ଟର ବନ୍ଦ ହୋଇଥିବାରୁ ଏହି ଜିଲାବାସୀ ରେଳ ଟିକଟ ପାଇଁ ବହୁ ହଇରାଣ ହେଉଛନ୍ତି । ତେଣୁ ରେଳ କାଉଣ୍ଟର ଖୋଲିବା ପାଇଁ ବିଶାଖାପାଟଣା ରେଳ ଡିଭିଜନର ଆଞ୍ଚଳିକ ପରିଚାଳକଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି। ନବରଙ୍ଗପୁର ଜିଲାବାସୀ ଦୀର୍ଘ ଦିନଧରି ରେଳ ସଂଯୋଗ ପାଇଁ ଅପେକ୍ଷା କରି ରହିଛନ୍ତି । ତେଣୁ ଜୟପୁରରୁ ନବରଙ୍ଗପୁର ରେଳପଥ ନିର୍ମାଣ ନିମନ୍ତେ ଦ୍ରୁତ କାର୍ଯ୍ୟ ପାଇଁ ପଦକ୍ଷେପ ନେବା ଏବଂ ଉମରକୋଟ ନିର୍ବାଚନ ମଣ୍ଡଳୀର ଉମରକୋଟ ବ୍ଲକ ତୋହରା ଗ୍ରାମପଞ୍ଚାୟତର ପଦମଝରି ଓ ରାଇଘର ବ୍ଳକର ହାତୀଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଏହି ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ସେ ନିବେଦନ କରିଛନ୍ତି । ଏହି ତିନୋଟି ଦାବିକୁ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବାକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିବା ଜଣାପଡିଛି ।

Comments are closed.