www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀ କୁଞ୍ଜବିହାରୀ ପାଠାଗାରରେ ‘ଦଶ ମହାବିଦ୍ୟା’ ଆଲୋଚନାଚକ୍ର

ନବରଙ୍ଗପୁର : ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହିରେ ଦଶ ମହ।ବିଦ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପାଠାଗାରର ସଭାପତି ବିଶିଷ୍ଟ ସ୍ତମ୍ବକାର ନାରାୟଣ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଆଜିର ଯୁଗରେ ମଧ୍ୟ ମହାବିଦ୍ୟାର ଆବଶ୍ୟକତା ରହିଥିବା ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ.ରାଧାନାଥ ବେହେରା ଯୋଗ ଦେଇ ଭାରତୀୟ ସଂସ୍କୃତିରେ ସାମାଜିକ ବ୍ୟବସ୍ଥା ଭିତରେ ମହାବିଦ୍ୟା ମାଧ୍ୟମରେ ସାମାଜିକ ଚାଲି ଚଳନକୁ ସୁଧାର ରୂପରେ ପରିଚାଳନା କରିବାକୁ ଏକ ପ୍ରଥା ଭାବେ ରଖାଯାଇଛି।ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନ ବିହାରୀ ଦାଶ ଉପସ୍ଥିତ ହୋଇ ମା ‘ଙ୍କ ମହା ଦଶବିଦ୍ୟା କାଳୀ, ମାତଙ୍ଗୀ, ଚ୍ଛିନ୍ନ ମସ୍ତା,ତାରା ସହିତ ଦଶ ଅବତାରର ସମ୍ପର୍କକୁ ବିଭିନ୍ନ ବେଦପୁରାଣରୁ ଉଦାହରଣ ଦେଇ ବୁଝାଇ ଥିଲେ। ପ୍ରାରମ୍ଭିକ ସଙ୍ଗୀତ ପ୍ରଫୁଲ୍ଲ କୁମାର ପୁହାଣ ଗାନ କରିଥିଲା ବେଳେ ସହରର ବିଶିଷ୍ଟ କିମ୍ବଦନ୍ତୀ ପୁରୁଷ ଗୋପବନ୍ଧୁ ବିଷୋୟୀ ଙ୍କ ତାଙ୍କ ଜୀବନ ର ୮୫ ଜନ୍ମ ଦିନକୁ ପାଠାଗାର ତରଫରୁ ତାଙ୍କୁ ଫୁଲ ତୋଡା ସହିତ ଉପଢୌକନ ଦେଇ ସମ୍ବିର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ବିଜୟ ଚୌଧୁରୀ, କୁମୁନ୍ଦ ପଟ୍ଟନାୟକ, ଜଗଦୀଶ ତ୍ରିପାଠୀ, ହରିହର ନାୟକ, ଜାହ୍ନବୀ ପଣ୍ଡା, ବୈଦେହୀ ପଣ୍ଡା, ଦମୟନ୍ତୀ ବେହେରା, ନିରଞ୍ଜନ ମିଶ୍ର, ହୃଷୀକେଶ ଦାଶ, ମାନସ ଆଚାର୍ଯ୍ୟ, ଦେବି ତ୍ରିପାଠୀ, ବିଭୁଦତ୍ତ ସେଠୀ, ଜେମାମଣି ବିଷୋୟୀ, ହର ପ୍ରସାଦ ଦାସ, ରଘୁନାଥ ପାତ୍ର, ତ୍ରିବିକ୍ରମ ନନ୍ଦ, କୃଷ୍ଣ ଦାସ ପି. ରବିକାନ୍ତ ରଘୁରାମ, ସୁବାସ ବିଷୋୟୀ ସହିତ ଆହୁରି ଅନେକ ଯୋଗଦାନ କରିଥିଲେ। ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ସଂଯୋଜନା ରେ ଶୀତ ଉପରେ ଏକ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଶେଷରେ ସମ୍ପାଦକ ରଜନୀ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories