ଆଇନ ସଚେତନତା ଶିବିର

ନବରଙ୍ଗପୁର: ଆଜି ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ନବରଙ୍ଗପୁର ସରକାରୀ ନର୍ସିଂ କଲେଜ ପ୍ରକୋଷ୍ଠରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

prayash

ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲା ଦୌରାଜର୍ଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ବିଚାରପତି(ପୋସ୍କୋ) ପ୍ରଣତୀ ସାହା ଯୋଗଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣର, ନବରଙ୍ଗପୁରର ସଚିବ ଜନକ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଲୟ କୁମାର ତ୍ରିପାଠୀ, ମନୋରମା ମାଝି ଓ କିଶୋରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାକ ପ୍ରସୂତି ନିଦାନ କୌଶଳ, ପୀଡିତାଙ୍କ ନିମନ୍ତେ ଆର୍ଥିକ ସହାୟତା ବ୍ୟବସ୍ତା, କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ ବ୍ୟବସ୍ତା, ଶିଶୁ ମାନଙ୍କୁ ଯୌନ ନିର୍ଯାତନରୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ଆଇନ ବିଷୟରେ ଆଇନ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ବାରା ପରିଚାଳନା କରଯାଇଥିଲା।

kalyan agarbati

Comments are closed.