ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ୪୧ ୟୁନିଟ ରକ୍ତ ସଂଗ୍ରହ
ନବରଙ୍ଗପୁର : ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ନବରଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି। ଆଜି ସକାଳେ ବିଜୁବାବୁ ପାର୍କ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା। ଏହାପରେ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ, ପୌର ଉପାଧକ୍ଷ୍ୟା ସୋମ୍ୟା ମହାପାତ୍ର, ଜିଲା ଉପସଭାପତି ଆଶିଷ ପଟ୍ଟନାୟକ, ନଗର ବିଜେଡି ସଭାପତି ପ୍ରମୋଦ ରଥ , ସାଧାରଣ ସମ୍ପାଦକ ରବି ପଟ୍ଟନାୟକ, ମହିଳା ଜିଲା ସଭାନେତ୍ରୀ ମଞ୍ଜୁଳା ମାଝି, ପୂର୍ବତନ ସହ ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶରତ ଭତ୍ରା, ବରିଷ୍ଠ ନେତା ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ବିଜୁବାବୁଙ୍କ ଅଭିଳାଷିତ ଓଡିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପପତ୍ର ପାଠ କରାଯାଇଥିଲା। କାର୍ଯ୍ୟକ୍ରମକୁ କୋରାପୁଟ ଜୋନ ସଭାପତି ତାପସ ତ୍ରିପାଠୀ ପରିଚାଳନା କରିଥିବାବେଳେ ବରିଷ୍ଠ ନେତା ସରୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରକ୍ତଦାନ ଅଭିଯାନ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ତେନ୍ତୁଳିଖୁଣ୍ଟି ଜିଲାପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ, ୭ ନମ୍ବର କାଉନସିଲର ପି. ଉଷା ରାଣୀ, ସମ୍ପାଦକ ରବି ପଟ୍ଟନାୟକ, ପୂର୍ବତନ ପୌର ଅଧ୍ୟକ୍ଷା ବାସନ୍ତୀ ସୌରା,ପୂର୍ବତନ ନବରଙ୍ଗପୁର ବ୍ଲକ ଅଧକ୍ଷ ବେଦ ବ୍ୟାସ ଭତରା, ପୂର୍ବତନ ସରପଞ୍ଚ ଲକି ଭତରା ପ୍ରମୁଖ ରକ୍ତଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁନୀଲ ସାହୁ, ଦୟାନିଧି ବିଷୋୟୀ, ସିରାଜୁଦ୍ଦିନ ଅହମ୍ମଦ, ଉତ୍ତମ ତ୍ରିପାଠୀ, ଶ୍ୟାମ ପ୍ରସାଦ ଗନ୍ତାୟତ, ସୁବାସ ମହାପାତ୍ର, ପିଣ୍ଟୁ ମିଶ୍ର, ଜଗା ବାଘେ, ସ୍ବାଧୀନ ପଣ୍ଡା, ନନ୍ଦ ନାୟକ, କୁନା ପାଢୀ, ସୁମିତ ପୂଜାରୀ ଓ ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ସମେତ ୧୦ ଜଣ କାଉନସିଲର ଏବଂ ଶତାଧିକ ଯୁବକ ଓ ଛାତ୍ର ମାନେ ଉପସ୍ଥିତ ରହିଥିଲେ।
Comments are closed.