ଜିଲାସ୍ତରୀୟ ପୁଲିସ ପ୍ରତିଷ୍ଠାଦିବସ ପାଳନ, ୫ଜଣ ଶ୍ରେଷ୍ଠ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ

ନବରଙ୍ଗପୁର: ସ୍ଥାନୀୟ ପୁଲିସ ରିଜର୍ଭପଡିଆ ଠାରେ ଶୁକ୍ରବାର ଜିଲାସ୍ତରୀୟ ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଆରକ୍ଷୀ ଅଧିକ୍ଷକ ପିଏସ.ପୁରୁଷୋତ୍ତମ ଦାସ ଯୋଗଦେଇ ପୁଲିସ ବାହିନୀର ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ପୁଲିସର କର୍ତ୍ତବ୍ୟ ଓ ସେବା ସଂପର୍କରେ ଅବଗତ କରାଇଥିଲେ। କରୋନା ସମୟରେ ଜିଲା ପୁଲିସର କାର୍ଯ୍ୟକୁ ସେ ଉଚ୍ଚପ୍ରଶଂସା କରିଥିଲେ। ପୁଲିସ ଜନସାଧାରଣରଙ୍କର ପ୍ରତି ନିଃସ୍ୱାର୍ଥପର ସେବା କରିବାକୁ କହିବା ସହିତ ସମସ୍ତଙ୍କର ସହିତ ଭଦ୍ରବ୍ୟବହାର ଓ ସମ୍ମାନ ପ୍ରଦାନ କରିବାକୁ କହିଥିଲେ। ଏହାଦ୍ୱାରା ପୁଲିସ ଜନସାଧାରଣଙ୍କର ବିଶ୍ୱାସ ଭାଜନ ହୋଇ ପାରିବେ ବୋଲି ମତ ଦେଇଥିଲେ। ଏହି ଅବସରରେ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ପାଠ କରିଥିଲେ। ଅନ୍ୟ ମାନଙ୍କର ମଧ୍ୟରେ ଜିଲାପାଳ ଡ.କମଳ ଲୋଚନମିଶ୍ର, ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସିଆରପିଏଫର କମାଣ୍ଡାଣ୍ଟଙ୍କର ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ।

 

prayash

ଏହି ଅବସରରେ ୨୦୨୧ ମସିହାର ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ଜିଲାର ୫ଜଣ ଶ୍ରେଷ୍ଠ ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଡାବୁଗାଁଥାନାର ସବ୍‍ଇନ୍ସପେକ୍ଟର ଅଭିମନ୍ୟୁ ଦୁର୍ଗା, ଚନ୍ଦାହାଣ୍ଡିଥାନାର ଏଏସଆଇ ଅମର କୁମାର ମିଶ୍ର, ଡିଭିଏଫ ହାବିଲଦାର ମୂରଲୀଧର ବିଷୋୟୀ, ଓଆର କନେଷ୍ଟବଳ ଦେବରାଜ ବିଷୋୟୀ ଏବଂ ଡିଭିଏଫ କନେଷ୍ଟବଳ ଦୁର୍ଗା ପ୍ରସାଦ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରିଥଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା ପରିଚାଳନା କରିଥିଲେ।

kalyan agarbati

Comments are closed.