BJD Bijuli 480×75 Mob

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

BJD Bijuli 480×75 Mob

ସମ୍ବଲପୁର(ସିଟି): କିଛିଦିନ ପୂର୍ବେ ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳରେ ଜଣେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଭୁବନେଶ୍ୱର ଘଟଣାର ସମ୍ବଲପୁରରେ ପୁନରାବୃତ୍ତି ହୋଇଛି। ବେଶ କିଛି ଦିନ ହେବ ଅଶାନ୍ତ ହୋଇପଡି ଥିବା ସମ୍ବଲପୁର ସହର ରକ୍ତ ଛିଟାରେ ଲାଲ ହୋଇଛି। ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ହେଲେ ଦାନପାଲି ଅଞ୍ଚଳର ବବୁଲ ନାୟକ (୪୪)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହେଉଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ଲାଗି ପଠାଇଛି। ହତ୍ୟାକାରୀକୁ ଧରିବା ଲାଗି ପୁଲିସ ଟିମ ଗଠନ କରି ତଲାସୀ ଅଭିଯାନ ଜାରି ରଖିଥିବା ସୂଚନା ମିଳିଛି।

Comments are closed.