ନିର୍ବନ୍ଧ ଉତ୍ସବରେ ଅଘଟଣ; କୁକୁଡା ମାଂସ ତରକାରୀ ନ ଦେବାରୁ ହତ୍ୟା

0

ହାଇଦରାବାଦ: ଏଠାରେ ଅନୁଷ୍ଠିତ ଏକ ନିର୍ବନ୍ଧ ଉତ୍ସବରେ କୁକୁଡ଼ା ମାଂସ ନ ମିଳିବାରୁ ଜଣଙ୍କୁ ହତ୍ୟା କରାଯାଇଛି। ଉଭୟ ବର ଓ କନ୍ୟା ପକ୍ଷଙ୍କ ଲୋକଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଯୋଗୁ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ବରଙ୍କ ଦାଦା ପୁଅ ଭାଇ ଅନୱାର। ପୁଲିସ ଏହି ମାମଲାରେ କେତେଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧ଟାରେ ଏହି ହତ୍ୟା ଘଟଣା ଘଟିଥିଲା। କୌଣସି କାରଣ ନେଇ ୱେଟର ଜଣକ ସେଠାକୁ ଆସିଥିବା ଅସଫାକ ନାମକ ଯୁବକ ଓ ତାଙ୍କ ସାଙ୍ଗମାନଙ୍କୁ କୁକୁଡା ମାଂସ ତରକାରୀ ଦେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଅନୱାର ହସ୍ତକ୍ଷେପ କରିଥିଲେ। ଏହି ସମୟରେ ଅସଫାକ ଓ ଅନ୍ୟ କେତେଜଣ ମିଶି ଅନୱାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅନୱାରଙ୍କ ମୃତ୍ୟୁ ଘଟିଥିଲା।

kalyan agarbati
Leave A Reply