ସ୍କୁଲରେ ଦୋଳିରୁ ପଡ଼ି ଛାତ୍ର ମୃତ

ସମାଜ ଡିଜିଟାଲ ଡେସ୍କ: ଦୋଳିରୁ ଖସିପଡ଼ି ଛାତ୍ରଙ୍କ ମୃତ୍ୟୁ। ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଅଘଟଣ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶେକାର ଛାୟା ଖେଳାଇ ଦେଇଛି।

prayash

ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ ତଳକୁ ଖସି ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ନିକଟ ଦାନଗଦି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ଛାତ୍ର ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଡାକ୍ତରଖାନା ଭିତରେ ବିଦ୍ୟାଳୟ ଶିକ୍ଷକଙ୍କୁ ଘେରିଥିଲେ।

kalyan agarbati

Comments are closed.