www.samajalive.in
Tuesday, December 9, 2025
16.1 C
Bhubaneswar

୨୦ ମିନିଟ ବିଳମ୍ବ ହୋଇଥିଲେ ଆମକୁ ହତ୍ୟା କରିଥାଆନ୍ତେ ବିରୋଧୀ: ହସିନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଦେଶ ଛାଡ଼ି ନ ଥିଲେ ୨୦ ମିନିଟ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ବିରୋଧୀମାନେ ହତ୍ୟା କରିଥାଆନ୍ତେ। ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ହସିନା କହିଛନ୍ତି। ବାଂଲାଦେଶ ଆୱାମୀ ଲିଗ୍‌ର ଫେସବୁକ ପେଜରେ ହସିନା ଏ ନେଇ ଏକ ଅଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି।

ବାଂଲାଦେଶରେ ସୃଷ୍ଟି ହୋଇଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିରୋଧୀମାନେ ଏହାକୁ ଅସ୍ତ୍ର କରି ହସିନାଙ୍କୁ କ୍ଷମତାଚ୍ୟୁତ କରିବାକୁ ଯୋଜନା କରିଥିଲେ। ଏପରି କି ହସିନାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରାଯାଇଥିଲା। ହେଲେ ଏହା ପୂର୍ବରୁ ହସିନା ଏବଂ ତାଙ୍କ ଭଉଣୀ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ଏହି ହିଂସାରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories