www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ: ବିଲରୁ ମିଳିଲା ମୃତଦେହ

ଖୋର୍ଦ୍ଧା: ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀ ର ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ଆକ୍ରମଣରେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି। ଖୋର୍ଦ୍ଧା ରେଞ୍ଜ ଡାଳତୋଡା କଣିବାରି ଫସଲ ବିଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହାତୀରୁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀଟିର ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତ କିଛି ଦିନ ହେବ ଖୋର୍ଦ୍ଧାର ଦଲକ , ପରିଛଳ , ରାଉତପଦା ଆଦି ଅଞ୍ଚଳରେ ହାତୀ ପଲ ଉତ୍ପାତ ମଚାଉଥିଲେ। ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଖାଦ୍ୟ ଅନ୍ବେଷଣ କରିବାକୁ ଯାଇ ଗାଁ ମୁହାଁ ହେଉଥିଲେ। ଗତକାଲି ରାତିରେ ହାତୀ ପଲ ଚାଷ ଜମି ଦେଇ ଚଳପ୍ରଚଳ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories