ଦୁଇ ପିଲାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ମା’

0

ବଲାଙ୍ଗୀର: ପାରିବାରିକ କଳହର କରୁଣ ପରୀଣତି । ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ମା’ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ କପାଣି ଗାଁରେ ଘଟିଛି । ଖବରପାଇ ଘରେ ମୃତ ମହିଳାଙ୍କ ସ୍ବାମୀ ପହଞ୍ଚି ହତବାକ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସ୍ତ୍ରୀ ସୁନତା, ୭ ବର୍ଷର ଝିଅ ଲିପ୍‌ସା ଓ ଅଢ଼େଇ ବର୍ଷର ପୁଅ ଲିକେଶକୁ ନେଇ ଭୀକାରୀ ରଣା ସଂସାର । କୌଣସି କାରଣକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ଆଜି ଘରେ କେହି ନ ଥିବାର ସୁଯୋଗ ନେଇ ପ୍ରଥମେ ଦୁଇ ଛୁଆଁଙ୍କୁ ହତ୍ୟା କରି ଟଙ୍ଗିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାର ସତ୍ୟାସତ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply