ଘୋଡା ଚଢି ଜୀବନ ହାରିଲେ ଦଳିତ ଯୁବକ

0

ଗୁଜୁରାଟ: ଘୋଡା ଚଢିବା ହେଲା କାଳ । ଘୋଡା ଚଢିବା ପ୍ରତିବଦଳରେ ଜଣେ ଦଳିତ ଯୁବକଙ୍କୁ ଜୀବନ ହାରିବାକୁ ପଡିଛି । ରାଜପୁତ ସମ୍ପ୍ରଦାୟର ଲୋକମାନେ ଏହି ଦଳିତ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଗୁଜରାଟର ଭାବାନଗର ଜିଲ୍ଲାରେ ଉମରାଲା ତାଲୁକା ଅଞ୍ଚଳରେ ଘଟିଛି । ତିମ୍ବି ଗାଁର ଯୁବକ ପ୍ରଦୀପ ରାଥୋଡ(୨୧) କିଛି ଦିନ ତଳେ ଏକ ଘୋଡା କିଣିଥିଲେ । ଏହାକୁ ସହଜରେ ହଜମ କରିପାରି ନଥିଲେ ରାଜପୁତ ସମ୍ପ୍ରଦାୟର ଅନ୍ୟ ଯୁବକମାନେ । ଗତ ସନ୍ଧ୍ୟାରେ ପ୍ରଦୀପ ଘରକୁ ଫେରୁଥିବା ବେଳେ କେତେକ ରାଜପୁତ ତାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ମୃତ୍ୟୁ ପୂର୍ବରୁ ପ୍ରଦୀପ ଘୋଡ଼ା ଉପରେ ବସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ପ୍ରେମ ଜନିତ ଘଟଣାକୁ ନେଇ ମଧ୍ୟ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।

Leave A Reply