ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ବବିଦ୍ୟାଳୟ  ପରୀକ୍ଷା ବନ୍ଦ ରହିବ। କଲେଜମାନଙ୍କରେ ପୋଲିଂ ବୁଥ ହେବାର ସମ୍ଭାବନା ରହିଥିବାରୁ ପରୀକ୍ଷା ବନ୍ଦ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପରୀକ୍ଷା ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ବନ୍ଦ ନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

prayash

ସୂଚନା ଯୋଗ୍ୟ ଯେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ମାର୍ଚ୍ଚ ୨୨ରୁ ୨୪ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପାଇବାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ଲେଖଥିବା ଚିଠିରେ ଦର୍ଶାଯାଇଛି ଯେ  ମାର୍ଚ୍ଚ ୨୨ରୁ୨୪ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ବନ୍ଦ  ରହିବ। ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। କଲେଜମାନଙ୍କ​‌ରେ ପୋଲି ବୁଥ କରାଯିବ। ଏହି ସମୟରେ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ଥିବାରୁ ଏହାକୁ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

kalyan agarbati

Comments are closed.