ମୁମ୍ବଇରେ ଘର କିଣିବାର ୨୪ ବର୍ଷ ପରେ ହାଉସିଂ ସୋସଇଟିରେ ମିଳିଲା ପାର୍କିଂ କରିବାର ଅଧିକାର

ମୁମ୍ବଇ – ୨୪ ବର୍ଷ ତଳେ କିଣିଥିଲେ ଘର । ପାର୍କିଂ ପାଇଁ ବି ଟଙ୍କା ଦେଇଥିଲେ । ହେଲେ ହଉସିଂ ସୋସାଇଟି କର୍ମକର୍ତ୍ତାଙ୍କ ମନମୁକି କାର୍ଯ୍ୟକଳାପ ଯୋଗୁଁ ପାର୍କିଂ କରିବା ପାଇଁ ଯାଗା ମିଳିଲା ନାହିଁ । ମୁମ୍ବଇର କାଣ୍ଡିଭାଲିରେ ଥିବା ମିନେରାଲ୍‌ ଇଂଜିନିୟର ହାଉସି ସୋସାଇଟିରେ ଚନ୍ଦ୍ରଦେଓ ଠାକୁର ନାମକ ବ୍ୟକ୍ତି ଘର କିଣିଥିଲେ । ୧୯୯୮ ମସିହାରେ ଘର କିଣିବା ପାଇଁ ଅଗ୍ରୀମ ଦେବା ସମୟରେ ସେ ପାର୍କିଂ ପାଇଁ ସ୍ଥାନ ମଧ୍ୟ କିଣିଥିଲେ । ପାର୍କିଂ ସ୍ଥାନ ପାଇଁ ସେହି ସମୟରେ ୩୦ ହଜାର ଟଙ୍କା ଦେଇଥିଲେ । ଯାହା ସେ ସମୟରେ ବେଶ୍‌ ଅଧିକ ଟଙ୍କା ଥିଲା । ମାତ୍ର ତାଙ୍କୁ ପାର୍କିଂ କରିବା ପାଇଁ ସ୍ଥାନ ଦିଆଯାଇ ନଥିଲା ।

prayash

ପୁରୁଣା ଲୋକ ଆଗରୁ ଅପେକ୍ଷା କରିଛନ୍ତି ବୋଲି ହାଉସିଂ ସୋସାଇଟିର କର୍ମକର୍ତ୍ତା କହିଥିଲେ । ମାତ୍ର ତାଙ୍କ ପରେ ଘର କିଣିଥିବା ଲୋକଙ୍କୁ ମନ ଇଚ୍ଛା ପାର୍କିଂ ସ୍ଥାନ ଦିଆଯାଇଥିଲା । ଏହାକୁ ନେଇ ସେ ୨୦୧୩ ମସିହାରେ ଜିଲ୍ଲା ଖାଉଟୀ ପ୍ରାଧିକରଣର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ପ୍ରାୟ ୯ ବର୍ଷ ଧରି ଚାଲିଥିଲେ । ଶେଷରେ ଚନ୍ଦ୍ରକାନ୍ତଙ୍କୁ ପାର୍କିଂ ସ୍ଥାନ ଦେବା ସହ ଜରିମାନା ବାବଦକୁ ତାଙ୍କୁ ୨୦ ହଜାର ଟଙ୍କା ଦେବାକୁ ପ୍ରାଧିକରଣ ନିର୍ଦେଶ ଦେଇଛନ୍ତି ।

ଦୀର୍ଘ ୨୪ ବର୍ଷ ପରେ ଚନ୍ଦ୍ରକାନ୍ତଙ୍କୁ ପାର୍କିଂ ସ୍ଥାନ ମିଳିଛି । ମାତ୍ର ଏହା ଅଧିକ ବିଳମ୍ବ ହୋଇଗଲା ବୋଲି ସେ କହିଛନ୍ତି ।

Comments are closed.