www.samajalive.in
Monday, December 15, 2025
24.1 C
Bhubaneswar

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଆବ୍ବାସ ନକଭି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ମୁଖତାର ଆବ୍ବାସ ନକଭି ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି।

ରାଜ୍ୟସଭାର ସଦସ୍ୟ ଥିବା ମୁଖତାର ଆବ୍ବାସ ନକଭି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ସମ୍ଭାଳୁ ଥିଲେ। ମୁଖତାର ଆବ୍ବାସ ନକଭିଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଏହା ପୂର୍ବରୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ଥର ବିଜେପି ପକ୍ଷରୁ ନକଭିଙ୍କୁ ରାଜ୍ୟସଭା ପଠାଯାଇ ନାହିଁ। ତେବେ ଦଳ ତାଙ୍କୁ କୌଣସି ଏକ ବଡ ଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି।

- Advertisement -

ଉଲ୍ଲେଖ ଯୋଗ୍ୟ ଯେ ମୋଦି ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟତା ଗୁରୁବାର ଶେଷ ହେବାକୁ ଯାଉଛି। ଏଥିରେ ମୁଖତାର ଆବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁ କୋଟାରେ ଆର୍‌ସିପି ସିଂହଙ୍କ ନାଁ ମଧ୍ୟ ସାମିଲ ରହିଛି। ଏହି ଦୁଇ ନେତାଙ୍କ ପାଖରେ ଜୁଲାଇ ୬ ପରଠାରୁ କୌଣସି ବି ଗୃହର ସଦସ୍ୟତା ପଦ ରହିବ ନାହିଁ। ରାଜ୍ୟସଭା ସାଂସଦ ରୂପେ ଆଜି ଉଭୟଙ୍କ ଶେଷ ଦିନ ଥିଲା।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories