www.samajalive.in
Sunday, December 14, 2025
19.1 C
Bhubaneswar

ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା କରିବା ନେଇ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଶେଷ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସାଉଥ୍‌ ଇଷ୍ଟ୍‌ ଏସିଆ ରିଜିଓନାଲ ଅଫିସର ବୈଜ୍ଞାନିକ ଡାକ୍ତର ବି ଏନ୍‌ ନାଗପାଲ ଯୋଗଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ।

ଡାକ୍ତର ନାଗପାଲ କହିଥିଲେ ଯେ, ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ନାହିଁ। ତେଣୁ ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ବିଭିନ୍ନ ଉତ୍ସର ଚିହ୍ନଟ କରି ଏହାକୁ ସଫା କରିବା ସହ ମଶା କାମୁଡ଼ାରୁ ଦୂରେଇ ରହିବା ହେଉଛି ଅସଲ ସମାଧାନ। ତେଣୁ ଏଥିପାଇଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ ଡେଙ୍ଗୁ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଛିଡ଼ା ହୋଇପାରେ ବୋଲି ସେ ସତର୍କ କରାଇଥିଲେ।

- Advertisement -

ଏହି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଆଇପିଏଚ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଡେଙ୍ଗୁ ରକ୍ତ ନମୁନା ପରୀକ୍ଷା ଲାଗି ଏକ ଡେମନଷ୍ଟ୍ରେସନ କରାଯାଇଥିଲା। ମଲବାୟୋ ଡାଇଗ୍ନୋଷ୍ଟିକ ସହଯୋଗରେ ଅତ୍ୟାଧୁନିକ ଟ୍ରୁନାଟ୍ ମେସିନ ବ୍ୟବହାର କରାଯାଇ କିଭଳି ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ।

ବିଶ୍ୱବ୍ୟାପୀ ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଉଛି। ତେଣୁ ଏହି ଅବସରରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ଡେଙ୍ଗୁ ସଚେତନତା ରଥ’ର ଶୁଭାରମ୍ଭ କରାଯାଇଥିଲା। ଏହି ରଥ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାହାରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଜନସାଧାରଣଙ୍କୁ ରୋଗ ସମ୍ପର୍କରେ ସଚେତନ କରିଥିଲା। ଏହାଛଡ଼ା ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡବ୍ଲ୍ୟୁଏଚଓର ବୈଜ୍ଞାନିକ ଡାକ୍ତର ବି ଏନ୍‌ ନାଗପାଲଙ୍କ ସହିତ ଭୁବନେଶ୍ୱର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକର ବିଲିପଡ଼ା ଗାଁକୁ ଯାଇ ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ପବ୍ଲିକ ହେଲଥର ଡିନ୍‌ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପଣ୍ଡା ସଞ୍ଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସେସର ଡିନ୍‌ ପ୍ରଫେସର ନିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ମଲବାୟୋ ଡାଇଗ୍ନୋଷ୍ଟିକର ମ୍ୟାନେଜର ମୋହିତ କୁମାର ମିତ୍ତଲ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories