www.samajalive.in
Sunday, December 14, 2025
19.1 C
Bhubaneswar

୫୭ଲକ୍ଷ ଟଙ୍କା ଧରି ଡ୍ରାଇଭର ଛୁ, ପୁଲିସର ତଦନ୍ତ ଆରମ୍ଭ

ଭୁବନେଶ୍ବର: ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନକୁ ନେଇ ଡ୍ରାଇଭର ଛୁ। ସିକ୍ୟୁରିଟି ଗାର୍ଡ ଓ ବ୍ୟାଙ୍କ କର୍ମଚାରୀଙ୍କୁ ନନେଇ ଚମ୍ପଟ ମାରିଲା ଡ୍ରାଇଭର। ଗାଡ଼ିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରେ ଠାବ କଲା ପୁଲିସ। ଗାଡ଼ିରେ ଥିବା ୫୭ଲକ୍ଷରୁ ଅଧିକ ଟଙ୍କା ନ ଥିବା ପୁଲିସ ସୂଚନା ଦେଇଛି। ଗାଡ଼ିଟି ଖଡ଼ିଆଳ ଏସବିଆଇ ମୁଖ୍ୟ ଶାଖାରୁ ଟଙ୍କା ନେଇ ବାହାରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ନୂଆପଡ଼ା ଜିଲାରେ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଭର୍ତ୍ତି ଗାଡ଼ି ଧରି ଡ୍ରାଇଭର ଚମ୍ପଟ ମାରିଥିବା ଘଟଣାରେ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ପର୍ତ୍ତା ପାଉନି। ସିନାପାଲି ଓ ବୋଡେନ୍‌ ଅଞ୍ଚଳରେ ଥିବା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଖଡ଼ିଆଳ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଶାଖାରୁ ଟଙ୍କା ଯିବାର ଥିଲା। ସେଥିପାଇଁ ଏଟିଏମ୍‌ରେ ଟଙ୍କା ନେଉଥିବା ସିଏମ୍‌ଏସ୍‌ କମ୍ପାନୀ ଗାଡ଼ି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ ଆଗରେ ଲାଗିଥିଲା। ସେହି ଗାଡ଼ିରେ ପ୍ରାୟ ୫୭ ଲକ୍ଷ ଟଙ୍କା ରଖାଯାଇଥିଲା। ଏହାପରେ ଦୁଇ ଏଟିଏମ୍‌ କର୍ମଚାରୀ କୌଣସି କାମରେ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ସିକ୍ୟୁରି ଗାର୍ଡ ପରିଶ୍ରା କରିବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଡ୍ରାଇଭର ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଥିଲା।

ଏହା ପରେ ଟଙ୍କା ଭର୍ତ୍ତି ଗାଡ଼ିଟି ନୂଆପଡ଼ା-ବଲାଙ୍ଗିର ସୀମା ଭରୁଆକାନି ଜଙ୍ଗଲ ନିକଟରେ ଅଟକିଥିବା ସୂଚନା ମିଳିଥିଲା। ପୁଲିସ ଉକ୍ତ ଗାଡିଟିକୁ ଜବତ କରିଥିଲା। କିନ୍ତୁ ସେଥିରେ ଟଙ୍କା ନଥିବା ଦେଖିବାକୁ ମିଳିଥିଲା। ଡ୍ରାଇଭର ସବୁ ଟଙ୍କା ଧରି ଚମ୍ପଟ ମାରିଥିବା ଆଲୋଚନା ହେଉଛି। ଖଡ଼ିଆଳ ଓ ତୁରେଇକେଲା ଥାନା ପୁଲିସ ମାମଲାର ତଦନ୍ତ ଚଳାଇଛି। ଦୁଇ ଏଟିଏମ୍‌ କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି।
ସବୁଦିନ ସିଏମ୍‌ଏସ୍‌ ଗାଡ଼ି ଚଳାଉଥିବା ଡ୍ରାଇଭର ଆଜି ଛୁଟିରେ ଥିଲେ। ତାଙ୍କ ସ୍ଥାନରେ କମ୍ପାନୀ ଜଣେ ଅସ୍ଥାୟୀ ଡ୍ରାଇଭରଙ୍କୁ ପଠାଇ ଥିଲେ। ଆଉ ସେହି ଡ୍ରାଇଭର ଏବେ ଟଙ୍କା ଧରି ଚମ୍ପଟ ମାରିଥିବା ଜଣାପଡ଼ିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories