www.samajalive.in
Wednesday, December 10, 2025
26.1 C
Bhubaneswar

ରାସ୍ତା କଡରୁ ବେଆଇନ ଗଛକଟାକୁ ବିରୋଧ

ମୁଖୀଗୁଡା: ମୁଖୀଗୁଡା-ପାଇକ କେନ୍ଦୁମୁଣ୍ଡି ରାସ୍ତା କଡରେ ଥିବା କେତେକ ଗଛକୁ ବେଆଇନ ଭାବେ କଟା ଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜମି ମାଲିକଙ୍କ ବିନା ଅନୁମତିରେ ମଧ୍ୟ ଜମିରୁ ମୂଲ୍ୟବାନ ଗଛ କାଟିନେବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କଠାରେ ଅଭିଯୋଗ ହୋଇଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାରହାଉସ ଠାରୁ ଜୟପାଟଣା ସବଷ୍ଟେସନ ୩୩ କେଭି ବିଦ୍ୟୁତ ସଂଯୋଗ ପାଇଁ ପବିତ୍ର ଇଲେକ୍ଟ୍ରିକାଲସ ସଂସ୍ଥା ଦ୍ବାରା ନୂତନ ବିବ୍ଦ୍ୟୁତ ଖୁଣ୍ଟ ଏବଂ ତାର ଟଣା ଯାଉଥିବା ବେଳେ ମୁଖୀଗୁଡା ଠାରୁ ପାଇକକେନ୍ଦୁମୁଣ୍ଡି ରାସ୍ତା କଡରେ ଥିବା ମୂଲ୍ୟ ବାନ ଗଛ କାଟି ଦେଇଥିବା ଗ୍ରାମବାସୀ ଜୟପାଟଣା ରେଞ୍ଜରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସେହିପରି ପାଇକକେନ୍ଦୁମୁଣ୍ଡି ଗ୍ରାମର ଲଛୁରାମ ଚଣ୍ଡୀ ଏବଂ ବଳଦେବ ଚଣ୍ଡୀଙ୍କ ବ୍ୟକ୍ତିଗତ ଜମିରେ ଥିବା ୨୩ଟି ମୂଲ୍ୟବାନ ଗଛ ଉକ୍ତ ସଂସ୍ଥା ବିନା ଅନୁମତିରେ କାଟି ଦେଇଥିବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ ଉକ୍ତ ସଂସ୍ଥା ବନ ବିଭାଗରୁ ଗଛ କାଟିବା ପାଇଁ କୌଣସି ଅନୁମତି ନେଇ ନଥିବା ରେଞ୍ଜର ପ୍ରକାଶ କରିଛନ୍ତି । ବେଆଇନ ଭାବେ କଟା ଯାଇଥିବା ଗଛର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖୀଗୁଡା ଏବଂ ପାଇକକେନ୍ଦୁମୁଣ୍ଡି ଗ୍ରାମର ସଚେତନ ନାଗରିକ ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories