www.samajalive.in
Tuesday, December 9, 2025
26.1 C
Bhubaneswar

ରାସ୍ତା କଡରୁ ବେଆଇନ ଗଛକଟାକୁ ବିରୋଧ

ମୁଖୀଗୁଡା: ମୁଖୀଗୁଡା-ପାଇକ କେନ୍ଦୁମୁଣ୍ଡି ରାସ୍ତା କଡରେ ଥିବା କେତେକ ଗଛକୁ ବେଆଇନ ଭାବେ କଟା ଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜମି ମାଲିକଙ୍କ ବିନା ଅନୁମତିରେ ମଧ୍ୟ ଜମିରୁ ମୂଲ୍ୟବାନ ଗଛ କାଟିନେବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କଠାରେ ଅଭିଯୋଗ ହୋଇଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାରହାଉସ ଠାରୁ ଜୟପାଟଣା ସବଷ୍ଟେସନ ୩୩ କେଭି ବିଦ୍ୟୁତ ସଂଯୋଗ ପାଇଁ ପବିତ୍ର ଇଲେକ୍ଟ୍ରିକାଲସ ସଂସ୍ଥା ଦ୍ବାରା ନୂତନ ବିବ୍ଦ୍ୟୁତ ଖୁଣ୍ଟ ଏବଂ ତାର ଟଣା ଯାଉଥିବା ବେଳେ ମୁଖୀଗୁଡା ଠାରୁ ପାଇକକେନ୍ଦୁମୁଣ୍ଡି ରାସ୍ତା କଡରେ ଥିବା ମୂଲ୍ୟ ବାନ ଗଛ କାଟି ଦେଇଥିବା ଗ୍ରାମବାସୀ ଜୟପାଟଣା ରେଞ୍ଜରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସେହିପରି ପାଇକକେନ୍ଦୁମୁଣ୍ଡି ଗ୍ରାମର ଲଛୁରାମ ଚଣ୍ଡୀ ଏବଂ ବଳଦେବ ଚଣ୍ଡୀଙ୍କ ବ୍ୟକ୍ତିଗତ ଜମିରେ ଥିବା ୨୩ଟି ମୂଲ୍ୟବାନ ଗଛ ଉକ୍ତ ସଂସ୍ଥା ବିନା ଅନୁମତିରେ କାଟି ଦେଇଥିବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ ଉକ୍ତ ସଂସ୍ଥା ବନ ବିଭାଗରୁ ଗଛ କାଟିବା ପାଇଁ କୌଣସି ଅନୁମତି ନେଇ ନଥିବା ରେଞ୍ଜର ପ୍ରକାଶ କରିଛନ୍ତି । ବେଆଇନ ଭାବେ କଟା ଯାଇଥିବା ଗଛର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖୀଗୁଡା ଏବଂ ପାଇକକେନ୍ଦୁମୁଣ୍ଡି ଗ୍ରାମର ସଚେତନ ନାଗରିକ ଦାବି କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories