www.samajalive.in
Monday, December 15, 2025
24.1 C
Bhubaneswar

ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା

ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା ଚଳିତ ମାସ ୨୭ ତାରିଖରେ ସବୁ ଜିଲାପାଳଙ୍କୁ ନିର୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ଯେଉଁ ପୂର୍ବତନ ସାଂସଦ ମାନଙ୍କର ୨୧ମାସର ଅବଧି ଶେଷ ହୋଇଯାଇଥିବ ସେମାନଙ୍କ ବ୍ୟାଙ୍କ୍ ଖାତା ତୁରନ୍ତ ବନ୍ଦ କରିବାକୁ ସେ ଦର୍ଶାଇଛନ୍ତି। ସେ ଭାରତ ସରକାରଙ୍କ ଏମପି ଲ୍ୟାଡ ଯୁଗ୍ମ ସଚିବ ତନବିର୍ ଏହମ୍ମଦଙ୍କ ପତ୍ରକୁ ଅଧାର କରି ଦର୍ଶାଇ ଛନ୍ତି ଯେ ପୂର୍ବତନ ଲୋକସଭା ସାଂସଦଙ୍କ ଆକାଉଣ୍ଟ କୁ ବନ୍ଦ କରିବା ସହିତ ସେମାନଙ୍କ ଖାତା ରେ ଥିବା ବଳକା ଅର୍ଥକୁ କେନ୍ଦ୍ର ସରକାରଙ୍କ ନିତି ଅନୁଯାୟୀ ବର୍ତ୍ତମାନ ସାଂସଦଙ୍କ ଆକାଉଣ୍ଟରେ ଜମା କରାଯିବ।

- Advertisement -

ସେ ଦର୍ଶାଇଛନ୍ତି ଯେ ସାଂସଦ ପାଣ୍ଠି ବିନିଯୋଗ ହୋଇ ପାରୁନଥିବା ଜିଲା ଗୁଡିକରେ କିଭଳି ଅର୍ଥ ଖର୍ଚ୍ଚ ହୋଇପାରିବ ସେ ସଂକ୍ରାନ୍ତରେ ରାଜ୍ୟ ସଭା ସାଂସଦ ଅମର ପଟ୍ଟନୟକ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଥିଲେ। ଏହା ସହିତ ଉକ୍ତ ବଳକା ପାଣ୍ଠିର ସୁବିନିଯୋଗ କରିବା ପାଇଁଁ ଭାରତ ସରକାରଙ୍କ ପରିସଂଖ୍ୟନ କାର୍ଯ୍ୟକ୍ରମ (ଏସବିଆଇ)ରେ ଅବଗତ କରାଇଥିଲେ। ସେ ତାଙ୍କ ପତ୍ରରେ ଦର୍ଶାଇ ଥିଲେ ଯେ କେନ୍ଦ୍ର ସରକାରଙ୍କ ସର୍କୁଲାର ଅନୁଯାୟୀ ଗଛିତ ପାଣ୍ଠିକୁ ବର୍ତ୍ତମାନ ର ସାଂସଦ ବିନିଯୋଗ କରି ପାରିବେ। ସୁନ୍ଦରଗଡ଼ ର ପୂର୍ବତନ ସାଂସଦ ଦିଲୀପ ତିର୍କୀ ଙ୍କ ସମୟରେ ବହୁ ପରିମାଣ ରେ ପାଣ୍ଠି ବିନିଯୋଗ ହୋଇପାରି ନାହିଁ। ଯାହାର ସୁ ବିନିଯୋଗ କରିବା ଦିଗରେ ଶ୍ରୀ ପଟ୍ଟନୟକ ଏହି ପଦକ୍ଷେପ ନେଇଥିଲେ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି।

ଅଗଷ୍ଟ ୧୦ ସୁଦ୍ଧା ଯେଉଁ ପୂର୍ବତନ ସାଂସଦ ପାଣ୍ଠି ବିନିଯୋଗ ନ ହୋଇ ପଡ଼ି ରହିଛି ତାହାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ସହିତ ଆକାଉଣ୍ଟ ବନ୍ଦ କରିବା ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇବାକୁ ଶ୍ରୀ ଜେନା ଦର୍ଶାଇଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories