www.samajalive.in
Monday, December 15, 2025
24.1 C
Bhubaneswar

ମମତାଙ୍କୁ ରାମାୟଣ ପୁସ୍ତକ ପଠାଇଲେ ମଧ୍ୟପ୍ରଦେଶ ବାଚସ୍ପତି; କହିଲେ- ଶ୍ରୀରାମ ନାମ ଜପ କର

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ତଥା ବିଧାୟକ ରାମେଶ୍ଵର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣର ଏକ ପୁସ୍ତକ ପଠାଇଛନ୍ତି। ଏ ନେଇ ବାଚସ୍ପତି ଶର୍ମା ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅନେକ ବର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେଉଛି। କିନ୍ତୁ ମମତା ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

- Advertisement -

ଶର୍ମା କହିଛନ୍ତି, ରାମ ନାମ ଉଚ୍ଚାରଣକୁ ମମତା ଘୃଣା କରନ୍ତି। ମମତା ଦିଦି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଯେ, ଆପଣ ‘ଜୟ ଶ୍ରୀରାମ’ କହିବା ଶିଖନ୍ତୁ। ଭଗବାନ ରାମଙ୍କୁ ବିରୋଧ କରିବା ବନ୍ଦ କରନ୍ତୁ। ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ଆପଣ ଭଗବାନ ରାମଙ୍କୁ ଅପମାନିତ କରିଛନ୍ତି। ରାଜ୍ୟବାସୀ ବିଧାନସଭା ନିର୍ବାଚନରେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ।

ଶର୍ମା ଆହୁରି କହିଥିଲେ, ମମତା ଦିଦି ଆପଣ ଭଗବାନ ରାମଙ୍କ ନାମ ଜପ କରନ୍ତୁ। ମୁଁ ଆପଣଙ୍କୁ ରାମାୟଣର ଏକ ପୁସ୍ତକ ପଠାଉଛି। ରାମାୟଣ ପଢ଼ନ୍ତୁ। ଆଶା କରୁଛି ଆପଣଙ୍କୁ ସଦ୍‌ବୁଦ୍ଧି ମିଳିବ। ସାରା ବିଶ୍ଵରେ ଯେପରି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅଛନ୍ତି, ଆପଣ ମଧ୍ୟ ରାମାୟଣ ପଢ଼ି ତାଙ୍କ ଭକ୍ତ ହୋଇଯିବେ ଏବଂ ଜୟ ଶ୍ରୀରାମ ନାମ ଜପ କରିବେ। ତେବେ ଶର୍ମାଙ୍କ ଏହି ଟ୍ବିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତ ଶନିବାର ନେତାଜୀ ଜୟନ୍ତୀ ଅବସରରେ କଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ। ଏହି ସମାରୋହରେ ଉପସ୍ଥିତ କିଛି ଲେକ ଜୟ ଶ୍ରୀରାମ ଏବଂ ଭାରତ ମାତା କୀ ଜୟ ନାରା ଦେବାରୁ ଦିଦି ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories