www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ତିନି ଜଣ ଯୁବତୀଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପୂର୍ବରୁ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଶିଣୁବାକୁ ମିଳିଛି। ଦିଲ୍ଲୀର ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ସ୍ଥାନୀୟ ଅଞ୍ଚଳକୁ ଉତ୍ତେଜିତ କରିଥିଲା। ସୂଚନା ପାଇବା ମାତ୍ରେ ପୁଲିସ ମଧ୍ୟ ସତର୍କ ହୋଇ ତଦନ୍ତ ଆରମ୍ଭ କରିଥିଲା।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ଯେ, ଶନିବାର ବିଳମ୍ବିତ ରାତିରେ ଏହି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ତଦନ୍ତ ପରେ ପୁଲିସ ସ୍ଲୋଗାନ ଦେବା ଅଭିଯୋଗରେ ତିନିଜଣ ଯୁବକ ଏବଂ ତିନି ଜଣ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

- Advertisement -

ନ୍ୟୁଜ୍ ଏଜେନ୍ସି, ଏଏନ୍‌ଆଇ ଅନୁଯାୟୀ, ପିଏସ୍‌ ଟୁଗଲକ୍ ରୋଡରେ ରାତି ପ୍ରାୟ ୧ଟାରେ ପିସିଆର୍‌କୁ ସୂଚନା ମିଳିଥିଲା ଯେ ଖାନ୍ ବଜାର ମେଟ୍ରୋ ଷ୍ଟେସନ ନିକଟରେ ପାକିସ୍ତାନ ଜିନ୍ଦବାଦ ବୋଲି କିଛି ଲୋକ ସ୍ଲୋଗାନ ଦେଉଥିଲେ। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିଛି ଯୁବକ ଓ ଯୁବତୀ ଇଣ୍ଡିଆ ଗେଟ୍ ସାମ୍ନାରେ ବାଇକରେ ବୁଲୁଥିଲେ। ସେମାନେ ପରସ୍ପରକୁ ଭାରତ ଓ ପାକିସ୍ତାନ ନାମରେ ନାମିତ କରି ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ପୁଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇଥିଲା। ପାକିସ୍ତାନ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଜାଣିଶୁଣି ପାକିସ୍ତାନକୁ ସମର୍ଥନ କରି କୌଣସି ସ୍ଲୋଗାନ ଦେଇ ନାହାଁନ୍ତି ବୋଲି ପଚରାଉଚରା ବେଳେ ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ଏହି ସୂଚନା ପାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories