www.samajalive.in
Sunday, December 7, 2025
26.1 C
Bhubaneswar

ମୟୂରପୁଚ୍ଛର ଏଭଳି ବ୍ୟବହାର ବିଷୟରେ ଜାଣିଛନ୍ତି କି ? ପାଳନ କଲେ ହେବେ ଲାଭବାନ

ଗୃହରେ ମୟୂରପୁଚ୍ଛର ବ୍ୟବହାର କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ, ଶାସ୍ତ୍ରରେ ମୟୂରପୁଚ୍ଛର ବହୁ ବିଶେଷ ଗୁଣ ବିଷୟରେ ଉଲ୍ଲେଖ ରହିଛି। ତାହା ହୁଏତ ସଭିଏଁ ଜାଣି ନଥିବବେ। ଆସନ୍ତୁ ସେ ବିଷୟରେ ଜାଣିବା….
ଯଦି ଆପଣ ଦୁଇଟି ମୟୂରପୁଚ୍ଛ ନିଜର ପୂଜା କକ୍ଷରେ ରଖିବେ ତେବେ ଦାମ୍ପତ୍ୟ ଜୀବନରେ ସର୍ବଦା ସୁଖମୟ ହେବ।
ବେଳେବେଳେ ଗୃହରେ ଥିବା ବାସ୍ତୁ ଦୋଷ କାରଣରୁ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ପୂଜା କକ୍ଷରେ ୫ଟି ମୟୂରପୁଚ୍ଛ ରଖନ୍ତୁ। ଏହା ଶୁଭଫଳ ପ୍ରଦାନ କରିଥାଏ।
ଯଦି ଆପଣଙ୍କ ଗୃହର ମୁଖ୍ୟ ଦ୍ୱାର ପୂର୍ବ, ଉତ୍ତର, ଐଶାନ୍ୟ ଦିଗରେ ନଥାଏ ତେବେ ମୁଖ୍ୟ ଦ୍ୱାରରେ ମୁଦ୍ରା ଢଙ୍ଗରେ ବସିଥିବା ପ୍ରଭୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ଲଗାଇ ତାଙ୍କ ମସ୍ତକରେ ୩ଟି ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁଖ୍ୟଦ୍ୱାର ସହ ସମ୍ବନ୍ଧିତ ବାସ୍ତୁଦୋଷ ଦୂର ହୋଇଥାଏ।
କେତୋଟି ମୟୂରପୁଚ୍ଛକୁ ମିଶାଇ ବଜାରରେ ମିଳୁଥିବା ୭ କିମ୍ବା ୯ଟି ଗୋଲ ଲାଲ ରଙ୍ଗର ଏକ ପଙ୍ଖାକୁ ଶୁକ୍ଳପକ୍ଷ ଦିନ ନିଜ ପୂଜାକକ୍ଷରେ ଲଗାଇ ଦିଅନ୍ତୁ। ଏକ ସପ୍ତାହ ପରେ ଏହାକୁ ନିଜ ଶୋଇକକ୍ଷରେ ଖଟର ପଛ ପଟ କାନ୍ଥରେ ସଜାଇବା ଭଳି ଲଗାଇ ଦେବେ। ଏପରି କରିବା ଦ୍ୱାରା ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସୁସମ୍ପର୍କ ରହିଥାଏ।
ଯଦି ଆପଣଙ୍କ ଘରେ ସଦସ୍ୟଙ୍କ ସର୍ବଦା କିଛି ନା କିଛି ରୋଗ ଲାଗି ରହୁଥାଏ ,ତେବେ ଏକ ମୟୂରପୁଚ୍ଛକୁ ଆପଣ ନିଜର ମେଡ଼ିକାଲ ରିର୍ପୋଟ ରଖୁଥିବା ଫାଇଲ ମଧ୍ୟରେ ରଖି ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଯେଉଁଠାରେ ମୟୂରପୁଚ୍ଛ ରହିଥାଏ ସେଠାରେ କୌଣସି କୀଟପତଙ୍ଗ ଯେପରି ଝିଟିପିଟି, ଅସରପା ଆଦି ରହି ନଥାଆନ୍ତି।
ଯଦି ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ, ତେବେ ଗୃହର ଆଗ୍ନେୟ କୋଣରେ ଥିବା କାନ୍ଥରେ ଶୁକ୍ଳପକ୍ଷ ଦିନ ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ।
ଘରେ ଯଦି ଛୋଟ ଛୁଆ କିମ୍ବା ନବଜାତ ଶିଶୁ ଥିବେ, ହଠାତ ଡ଼ରି ଯାଇ ହେଉ ବା କୌଣସି କାରଣରୁ ଅଧିକ କାନ୍ଦିବାକୁ ଆରମ୍ଭ କରିଥାଆନ୍ତି ତେବେ ତାଙ୍କ ମୁଣ୍ଡ ତଳେ ଏକ ମୟୂରପୁଚ୍ଛ ରଖି ଦିଅନ୍ତୁ। ଏହା ଖୁବ ଉତ୍ତମ ଫଳ ପ୍ରଦାନ କରିଥାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories