www.samajalive.in
Sunday, December 7, 2025
14.1 C
Bhubaneswar

ମୋଟୋ ଆଣିଲା g85, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟୋରୋଲା ବଜେଟ ସେଗମେଣ୍ଟରେ ନୂଆ ସ୍ମାର୍ଟଫୋନ୍ ‘ମୋଟୋ ଜି୮୫ ୫ଜି’ ଲଞ୍ଚ୍ କରିଛି । ମୋଟୋରୋଲା ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚର ପିଓଏଲଇଡି କର୍ଭ୍ଡ ଡିସପ୍ଲେ, ୫୦ ମେଗାପିକ୍ସେଲ ସୋନି ଲାଇଟିଆ କ୍ୟାମେରା ଓ କ୍ବାଲକମ୍ ସ୍ନାପଡ୍ରାଗନ ୬ଏସ୍ ଜେନ୍ ୩ ପ୍ରୋସେସର ଦେଇଛି ।

ସ୍ମାର୍ଟଫୋନକୁ କମ୍ପାନୀ ୩ ରଙ୍ଗ ଓ ୨ଟି ଷ୍ଟୋରେଜ ବିକଳ୍ପ ସହିତ ବଜାରକୁ ଆଣିଛି । ଏହାର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ଭେରିଏଣ୍ଟର ଦାମ୍ ୧୭,୯୯୯ ଟଙ୍କା । ସେହିଭଳି ୧୨ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୧୯,୯୯୯ ଟଙ୍କା । ୧୬ ଜୁଲାଇରୁ କମ୍ପାନୀର ଅଫିସିଆଲ ଓ୍ବେବସାଇଟ୍ ଓ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଫୋନକୁ କିଣିପାରିବେ ଗ୍ରାହକ ।

- Advertisement -

ଏଥିରେ ୬.୭ ଇଞ୍ଚର ଥ୍ରୀଡି ପିଓଏଲଇଡି କର୍ଭଡ ଡିସପ୍ଲେ ଦିଆଯାଇଛି । ଏହାର ପିକ୍ ବ୍ରାଇଟନେସ୍ ୧୬୦୦ ନିଟ୍ସ ଏବଂ ଏହାର ସୁରକ୍ଷା ପାଇଁ ଗରିଲ୍ଲା ଗ୍ଲାସ୍ ପ୍ରୋଟେକ୍ସନ ମିଳୁଛି । ଫଟୋଗ୍ରାଫି ପାଇଁ ୫୦ ଏମପି ଓ ୮ ଏମପିର ୨ଟି କ୍ୟାମେରା ଥିବାବେଳେ ସେଲ୍ଫି ପାଇଁ ସାମ୍ନାରେ ୩୨ ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନ ଆଣ୍ଡ୍ରଏଡ୍ ୧୪ ଅପରେଟିଂ ସିଷ୍ଟମରେ କାମ କରିଥାଏ । କମ୍ପାନୀ ଏତିରେ ୧ ବର୍ଷର ଓଏସ୍ ଅପଗ୍ରେଡ୍ ଏବଂ ୩ ବର୍ଷର ସିକ୍ୟେରିଟି ଅପଡେଟ୍ ଦେବ । ଫୋନରେ ୫ ହଜାର ଏମଏଏଚର ବ୍ୟାଟେରୀ ରହିଛି ।

ଗୁଳିମାଡରେ ଯୁବକ ମୃତ

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories