ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଯୋଗୁଁ, ବଢୁଛି ମଶାଙ୍କ ଦୌରାତ୍ମ୍ୟ

0

ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ବାସ୍ଥ୍ୟକୁ ନେଇ ସଚେତନ। ଭାରତର ବିଭିନ୍ନ ନଗର ଓ ମହାନଗରର ୧୫ ଲକ୍ଷ ପରିବାରଙ୍କୁ ନିକଟରେ ଏକ ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ଦିଲ୍ଲୀସ୍ଥିତ ଏକ ଅନୁଷ୍ଠାନ ଏହି ଅଭିଯାନର ମୂଳଦୁଆ ପକାଇଥିଲା।

ଗତ କିଛି ବର୍ଷ ମଧ୍ୟରେ ମଶାଙ୍କ ସ୍ଥିତି କିପରି ରହିଛି, ତାହା ଜାଣିବା ହିଁ ମୂଳ ଲକ୍ଷ୍ୟ ଥିଲା। ବିଭିନ୍ନ ବର୍ଗର ଲୋକେ ଏଥିରେ ଅଂଶଗ୍ରହଣ କରିଥିଲେ। ଅତ୍ୟଧିକ ଗରମ କାରଣରୁ ଭାରତରେ ମଧ୍ୟବିତ୍ତ ବର୍ଗଠାରୁ ଆରମ୍ଭ କରି ଉଚ୍ଚ ବର୍ଗର ଲୋକେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର କରୁଛନ୍ତି। କକ୍ଷ ଏଥିପାଇଁ ସବୁବେଳେ ନିବୁଜ ରହୁଥିବାରୁ ମଶାଙ୍କ ଦୌରାତ୍ମ୍ୟ ବଢ଼ୁଥିବା ୫୫% ଲୋକେ ମତ ପ୍ରକାଶ କରିଛନ୍ତି।

କେତେକ ବର୍ଗର ଲୋକେ ଏହି ମଶାଙ୍କ କାରଣରୁ କବାଟ-ଝରକା ସବୁଠାରେ ମଶାଜାଲି ମଧ୍ୟ ଲଗାଇଛନ୍ତି। ଏତେ ସବୁ ପ୍ରତିକାର ସତ୍ତ୍ବେ କିନ୍ତୁ ମଶାଙ୍କ ଗୁଣୁଗୁଣୁ ଶବ୍ଦ ଓ କାମୁଡ଼ାରୁ ସେମାନେ ବର୍ତ୍ତି ପାରୁନାହାନ୍ତି। ଅନ୍ୟ ମହାନଗରୀ ତୁଳନାରେ ଦିଲ୍ଲୀ ବାସିନ୍ଦା ମଶା ପାଇଁ ଅଧିକ ସଚେତନ। କାରଣ ସେଠାରେ ଡେଙ୍ଗୁ ଭୟ ରହିଛି।

ମଶାନିରୋଧୀ ଯନ୍ତ୍ର ସହ ଦିଲ୍ଲୀ ତଥା ଗୁରଗାଓଁର ସଂଖ୍ୟାଧିକ ପରିବାର ଏକରକମ ମଶାନିରୋଧୀ କମ୍ବଳ ବ୍ୟବହାର କରିଥାନ୍ତି। ଏପରିକି ପିଲାଙ୍କୁ ଘରୁ ବାହାରିବା ପୂର୍ବରୁ ମଶା ନକାମୁଡ଼ିବା ନିମନ୍ତେ ମିଳୁଥିବା ଏକ ଲୋଶନ୍ ମଧ୍ୟ ସେମାନଙ୍କ ଶରୀରରେ ଲଗାଇଥାନ୍ତି।

ନୋଏଡାସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ରମେଶ ସିନ୍ଧୁଙ୍କ ମତରେ, ସ୍ବଚ୍ଛତା ବଦଳରେ ଅପରିଷ୍କାର-ଅପରିଚ୍ଛନ୍ନତା ବରଂ ବଢ଼ିବାରେ ଲାଗିଛି। ପରସ୍ପରକୁ ଦୋଷାରୋପ କରିବା ବଦଳରେ ପୁରୁଣା ଦିଲ୍ଲୀ ଆଡ଼େ ନଜର ବୁଲାଇ ଆଣିବା ଶ୍ରେୟସ୍କର ବୋଲି ତାଙ୍କ ମତ ଥିଲା।

Leave A Reply