ବିଚ୍ଛିନ୍ନତାବାଦକୁ ସମର୍ଥନ କରିବା ସ୍ୱାଧୀନତା ନୁହେଁ – ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ। କାନାଡାରେ ବିଚ୍ଛିନ୍ନତାବାଦ ଘଟଣା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଚ୍ଛିନ୍ନତାବାଦ ଏବଂ ହିଂସାକୁ ଖୋଲାଖୋଲି ସମର୍ଥନ କରୁଥିବା ଉଗ୍ରବାଦୀ ତତ୍ତ୍ୱମାନେ କାନାଡା ରାଜନୀତିରେ ପୃଷ୍ଠପୋଷକତା ଲାଭ କରନ୍ତି। ଗତକାଲି ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା କରି ଡ. ଜୟଶଙ୍କର କହିଛନ୍ତି ଯେ କାନାଡା ରାଜନୀତିରେ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଏହି ପ୍ରସଙ୍ଗ ଉଠିଛି, କାନାଡା ସରକାର ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି କହୁଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ନିଶା ଦହିଆ

ଜୟଶଙ୍କର କହିଛନ୍ତି, ପ୍ରତ୍ୟେକ ଦେଶ ନିଜ ପଡ଼ୋଶୀ ଦେଶ ସହ ଉତ୍ତମ ସମ୍ପର୍କ ଚାହୁଁଛନ୍ତି, କିନ୍ତୁ ଚୀନ୍ ସହ ଭାରତର ସମ୍ପର୍କ ଆଜିକାଲି ସ୍ୱାଭାବିକ ନୁହେଁ। କାରଣ ସୀମାରେ ଶାନ୍ତି ବ୍ୟାହତ ହୋଇଛି। ଏହି ପ୍ରସଙ୍ଗରେ ଚୀନ୍ ସହ ଭାରତ ନିରନ୍ତର ଆଲୋଚନା କରୁଛି ଏବଂ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଉଭୟ ଦେଶ ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଶକ୍ତିଶାଳୀ ସୌର ଝଡ଼ – ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ

Comments are closed.