ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ନିଶା ଦହିଆ

ଡେସ୍କ: ନିଶା ଦହିଆ ପଞ୍ଚମ କୁସ୍ତିଯୋଦ୍ଧା ଭାବେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ନିଶା ୬୮ କେଜି ଓଜନ ବର୍ଗର ସେମିଫାଇନାଲରେ ରୋମାନିଆର ଆଲୋକଜାଣ୍ଡ୍ରା ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ। ସେ ଏସିଆନ୍ ଚାମ୍ପିୟନଶିପରେ ରୌପ୍ୟ ପଦକ ବିଜେତା ମଧ୍ୟ ହୋଇଛନ୍ତି।

ଦୋହା ଡାଇମଣ୍ଡ ଲିଗ୍, ଜାଭେଲିନ୍ ଥ୍ରୋରେ ଦ୍ଵିତୀୟ ସ୍ଥାନରେ ନୀରଜ

ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ୫ ଜଣ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଖେଳିବେ। ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅନ୍ତିମ ପଙ୍ଘାଲ, ଭିନେଶ ଫୋଗାଟ, ଅଂଶୁ ମଲିକ ଓ ରିତିକା ହୁଡା। ଏହି ପ୍ରତିଯୋଗିତାରେ ଭାରତର ଗ୍ରୀକୋ-ରୋମାନ କୁସ୍ତିଯୋଦ୍ଧାମାନେ ସମସ୍ତ ୬ଟି ଓଜନ ବର୍ଗରେ ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ।

ପୁଣି ଆପତ୍ତି ଉଠାଇଲେ କଂଗ୍ରେସ ଅଧ୍ୟକ୍ଷ, ସମୁଦାୟ ମତଦାନ ତଥ୍ୟ ପ୍ରକାଶ କରିବାକୁ ଦାବି

Comments are closed.